ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପାକିସ୍ତାନରେ ୩୦% ପାଇଲଟ୍‌ ନକଲି ! ୫୦ ଜଣଙ୍କ ଲାଇସେନ୍ସ ରଦ୍ଦ କଲେ ସରକାର, ପୂର୍ବରୁ ଧରାପଡ଼ିଥିଲେ ୨୮

20/12/2020 at 7:27 PM

ଇସ୍ଲାମାବାଦ ୨୦/୧୨: ବିମାନ ଉଡ଼ାଉଛନ୍ତି ନକଲି ପାଇଲଟ୍‌! ନକଲି କାଗଜପତ୍ର ଆଧାରରେ ବିମାନ ଉଡ଼ାଉଥିବା ୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି ସରକାର। ତେବେ ପାଇଲାଟଙ୍କୁ କିଭଳି ନକଲି ଲାଇସେନ୍ସ ମିଳୁଛି ସେନେଇ ତଦନ୍ତ କରିବାକୁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି ନକଲି ପାଇଲଟ୍‌ । ପାକ୍‌ ସରକାର ୫୦ ନକଲି ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି।

ଚଳିତବର୍ଷ ୨୨ ମେରେ ପାକିସ୍ତାନ ଏୟରଲାଇନ୍ସ ବିମାନ ଦୁର୍ଘଟଣାରେ ୯୭ ଜଣଙ୍କ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଥିଲା। ଯାଞ୍ଚ ପରେ ବହୁ ନକଲି ପାଇଲଟ୍‌ ବିମାନ ଉଡ଼ାଣ କରୁଥିବା ନେଇ ଜଣାପଡ଼ିଥିଲା। ଦେଶର ସୁପ୍ରିମକୋର୍ଟରେ ଏନେଇ ସିଏଏ ରିପୋର୍ଟ ଦାଖଲ କରିଥିଲା।

ଦେଶରେ ଥିବା ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୦ ନକଲି କିମ୍ବା ସେମାନେ ପରୀକ୍ଷାରେ ହେରଫେର କରି ଲାଇସେନ୍ସ ହାସଲ କରିଛନ୍ତି।  ବିଦେଶରେ କାମ କରୁଥିବା ପାକ୍‌ ପାଇଲଟଙ୍କ ଉପରେ କୂପ୍ରଭାବ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହେବା ପରେ ସେମାନଙ୍କ ନାଁ ସାର୍ବଜନୀନ କରାଯାଇଥିବା ପାକ୍‌  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ତେବେ ଏହା ପୂର୍ବରୁ ଚଳିତବର୍ଷ ଜୁଲାଇ ୬ରେ ୨୮ ନକଲି ପାଇଲଟ୍‌ଙ୍କ ଲାଇସେନ୍ସ ରଦ୍ଦ କରିଥିଲେ ପାକିସ୍ତାନ ସରକାର।

   Related Posts