ନାମୀଦାମୀ ବ୍ରାଣ୍ଡ୍‌ ନାଁରେ ହେଉଥିଲା ନକଲି ତେଲ କାରବାର, ଚଢ଼ଉ କରି ଧରିଲା ପୋଲିସ୍‌

Published By : Prameya-News7 Bureau | May 11, 2023 IST

ରାଉରକେଲା, ୧୧/୦୫: ବ୍ରାଣ୍ଡ୍‌ ଅସଲି କିନ୍ତୁ ମାଲ୍‌ ପୁରା ନକଲି। ନକଲି ହେୟାର ଅଏଲ ବୋତଲରେ ଲାଗିଛି ଅସଲି କମ୍ପାନି ଲୋଗୋ। ନୀହାର, ବଜାଜ ଆଲମଣ୍ଡ୍‌, ପାରାଚ୍ୟୁଟ୍‌ ଜାସମିନ୍‌ ଭଳି ଅନେକ ନାମୀଦାମୀ କମ୍ପାନି ନାଁରେ ହେଉଥିଲା ନକଲି ହେୟାର ଅଏଲ କାରବାର। ଏହି ସବୁ ନାମୀଦାମୀ ବ୍ରାଣ୍ଡ୍‌ର ଲେବଲିଂ କରି ଚାଲିଥିଲା ନକଲି ତେଲ କାରବାର। ଯାହାର ଏବେ ହୋଇଛି ପର୍ଦ୍ଦାଫାଶ। ଏହି ବ୍ୟବସାୟ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ୍‌।

ରାଉରକେଲା ସହରରୁ ନକଲି ହେୟାର ଅଏଲ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍‌ । ଏମାନେ ନାମୀଦାମୀ କମ୍ପାନି ନାଁରେ ନକଲି ହେୟାର ଅଏଲ ପ୍ରସୁତ କରି ବଜାରକୁ ଛାଡ଼ୁଥିଲେ। ଏହି ନକଲି ତେଲ ପ୍ରସୁତ ପାଇଁ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଖାଲି ବୋତଲ, ନକଲି ତେଲ, ବାସ୍ନା ପାଇଁ ମିଶୁଥିବା କେମିକାଲ ଏବଂ ଏସିଡ୍‌ ଆଦି ଜିନିଷ।

{"id":785125,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଧୀନ ଇସଲାମ ନଗର ଏ.ବି ରୋଡ ଅଞ୍ଚଳରେ ଏହି ନକଲି ତେଲ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ ଗତକାଲି ରାତିରେ ରାଉରକେଲା ପ୍ଲାଣ୍ଟ୍ ସାଇଡ ପୋଲିସ ବଡ଼ ଚଢ଼ାଉ କରିଥିଲା। ଆଉ ଚଢ଼ଉରେ ବିପୁଳ ମାତ୍ରାରେ ନକଲି ହେୟାର ଅଏଲ, ଅନେକ ବୋତଲ ଇତ୍ୟାଦି ଜବତ କରାଯାଇଥିଲା। ଏହି ଚଢ଼ଉରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାକିର ସହ ସହଯୋଗୀ ସହିଦ ଅଖତରକୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟସାଇଡ଼ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.