ରିଅଲ୍‌ ଲାଇଫ୍‌ରେ ରିଲ୍ କାହାଣୀ, ପୋଲିସ କବ୍‌ଜାରେ ୮ ମୋଷ୍ଟ ଓ୍ୱାଣ୍ଟେଡ୍ ଠକ

Published By : Prameya-News7 Bureau | July 04, 2024 IST

ସମ୍ବଲପୁର ୦୪/୦୭: ସମ୍ବଲପୁର ସମେତ ବିଭିନ୍ନ ସ୍ଥାନରେ ହିନ୍ଦି ସିନେମା ସ୍ପେଶାଲ ୨୬ର ଷ୍ଟାଇଲରେ ନକଲି ରେଡ ବା ଚଢାଉ । 'RAW' ର ନାଁରେ ଚଢାଉ କରି ଧରାପଡିଲେ ନକଲି ଅଧିକାରୀ । ସମ୍ବଲପୁର ହୀରାକୁଦ ପୋଲିସ ଦ୍ୱାରା ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ଅଭିଯୁକ୍ତଙ୍କ ଠାରୁ ନକଲି ନିଯୁକ୍ତି ପତ୍ର, ନକଲି ଆଇଡି କାର୍ଡ, ସିଜର ପତ୍ର ଜବତ ହୋଇଛି ଲ ତେବେ ଏନେଇ ସାରା ରାଜ୍ଯରେ ଏକ ବଡ ଧରଣର ରାକେଟ କାମ କରୁଥିବା ସମ୍ବଲପୁର ଏସପି କହିଛନ୍ତି । ଅଭିଯୁକ୍ତମାନେ ହେଲେ ବାଲେଶ୍ବରର ସତ୍ୟନାରାୟଣ ସାହୁ ଓ ହୀରାକୁଦର ଶିବନାଥ ସେଠ । ସମ୍ବଲପୁର ଜିଲ୍ଲାରେ ସମୁଦାୟ ୬ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । 

ମୁଖ୍ୟ ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲାର ହୋଇଥିବାବେଳେ ସେମାନେ ଫେରାର ଅଛନ୍ତି । ନିଯୁକ୍ତି ନାଁରେ ଟଂକା ଅସୁଲି ମଧ୍ୟ ହୋଇଛି । ରେଡ୍ ପାଇଁ ପୂର୍ବରୁ ଚିଠା ପ୍ରସ୍ତୁତି ହେଉଥିଲା । ଖାସ୍ କରି ନିଶା କାରବାର କରୁଥିବା ବ୍ୟବସାୟୀଙ୍କୁ ଟାର୍ଗେଟ କରି ଏହି ରେଡ୍ କରୁଥିଲେ । ଏହି ବେଆଇନ କାର୍ଯ୍ୟ ଓଡ଼ିଶାରେ ମେ ମାସରୁ ଆରମ୍ଭ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.