ଜାଲ୍ ନୋଟ୍‌ରେ ତେଲ ପକାଇ ଖସିଯିବା ବେଳେ ଧରାପଡିଗଲେ : ୩ ଗିରଫ, ୯୬ ହଜାର ନୋଟ୍ ଜବତ

Published By : Prameya-News7 Bureau | November 28, 2020 IST

ଝାରସୁଗୁଡା ୨୮।୧୧: ଝାରସୁଗୁଡା ଜିଲ୍ଲାରେ ଜାଲ୍ ନୋଟ୍ କାରଖାନା ଠାବ । ୯୬ ହଜାର ୩ଶହ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ । ବନହରପାଲି ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପେଟ୍ରୋଲ ପମ୍ପରେ ବାଇକରେ ତେଲ ଭରିବା ସମୟରେ ନକଲି ଶହେ ଟଙ୍କିଆ ୨ଟି ନୋଟ୍ ଦେବାରୁ ଧରାପଡିଥିଲା ଜାଲ୍ ନୋଟ୍ ।

{"id":369014,"sizeSlug":"large"}

ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଥିବା ଏକ ପେଟ୍ରୋଲ ପମ୍ପକୁ ଖଡାମ ଗାଁର ମହମ୍ମଦ ଅଜମାଲ ଶୁକ୍ରବାର ସକାଳ ୧୦ଟାରେ ତେଲ ଭରିବାକୁ ଯାଇ ୨ ଶହ ଟଙ୍କାର ତେଲ ପକାଇଥିଲେ । ସେଠାରେ ସେ ଦୁଇଟି ୧୦୦ ଟଙ୍କିଆ ନକଲି ନୋଟ୍ ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ କୌଶଳ କ୍ରମେ ପେଟ୍ରୋଲ ପମ୍ପ କର୍ମଚାରୀ ଅଜମାଲକୁ ଅଟକାଇ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ତୁରନ୍ତ ପୋଲିସକୁ ସୂଚନା ଦେବା ପରେ ବନ୍ଧବାହାଲ ଫାଣ୍ଡି ଓ ବନହରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଜମାଲକୁ କାବୁ କରି ତଦନ୍ତ ଆରମ୍ଭ କରିଥିଲେ । ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ପରେ ସମ୍ବଲପୁର ଜିଲ୍ଲା ବାମରାରେ ଏହି ନୋଟ୍ କାରବାରର ଚେର ଥିବା ଜାଣି ସେଠାରେ ପୋଲିସ ଚଢ଼ାଉ କରିଥିଲା ।

{"id":369015,"sizeSlug":"large"}

ନକଲି ନୋଟ୍ ଛପାରେ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟର, ଜାଲ୍ ନୋଟ୍ ଛପାର ବିଭିନ୍ନ ସାମଗ୍ରୀ ସହ ୯୧୮ଟି ଶହେ ଟଙ୍କିଆ ଓ ୯ଟି ୫ ଶହ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ । ଏହି ମାମଲାରେ ଅଜମାଲ ସହ ଅନ୍ୟ ଦୁଇ ଜଣ ମହମ୍ମଦ ଇରଫାନ, ଇସ୍ତିଫାକ ଅନସାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜିଲ୍ଲା ଏସପି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.