କଟକରୁ ନକଲି ମେଡିସିନ ଜବତ ଘଟଣା, ଦୁଇ ହୋଲସେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
11/09/2022 at 2:38 PM

କଟକ ୧୧।୦୯ : କଟକରୁ ନକଲି ମେଡିସିନ ଜବତ ହେବା ଘଟଣା। ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୋଧରେ ଗ୍ରହଣ କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ। ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ମଧ୍ୟ ରଦ୍ଧ କଲା ସଂଘ। ଏଥିସହ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। କଟକ ଜିଲ୍ଲା ସଂଘ ସଭାପତି ଭାଗବତ ସାହୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ସୂଚନା ପାଇଥିଲା ଡ୍ରଗ କଂଟ୍ରୋଲର ଟିମ । ଏହାପରେ ଉକ୍ତ ସ୍ଥାନମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ମଧ୍ୟ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି ବିକ୍ରି କରୁଥିଲେ । ଆଉ ଏବେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଏହାସହିତ ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ମଧ୍ୟ ରଦ୍ଧ କରିଛି ସଂଘ ।