ଭୁବନେଶ୍ବର ୧୮|୧: ଗତ କାଲି ରାତ୍ରରେ ଜୟପୁର ସହରରେ ନକଲି ମସଲା ତିଆରି କାରଖାନା ଠାବ ହେବା ସହ ବିପୁଳ ପରିମାଣର ନାମୀ ଦାବୀ ବ୍ରାଣ୍ଟର ନକଲି ମସଲା ଜବତ କରିଥିଲା ଟାଉନ ପୋଲିସ। ଆଉ ଆଜି ଏହି ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ହରିହର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଟାଉନ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ମସଲାର ମାନ ଯାଂଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ସମସ୍ତ ମସଲା ନକଲି ବୋଲି ଜଣା ପଡିଥିବା ବେଳେ ଏହି ବ୍ୟବସାୟରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତ ସହ ଏହାର ଚୋର ବ୍ରହ୍ମପୁର ପର୍ଯ୍ୟନ୍ତ ଲମ୍ବିଥିବା କହିଛି ପୋଲିସ।
{"id":75414}ଆପଣ ଭଲ ଭାବି, ପଟେକରୁ ଅଧିକ ଟଙ୍କା ଖର୍ଚ୍ଚ କରି ଘରକୁ ଯେଉଁ ନାମୀଦାମୀ ବ୍ରାଣ୍ଡର ମସଲା କିଣି ଘରକୁ ଆଣୁଛନ୍ତି । ହୁଏତ ଆପଣଙ୍କ ଧାରଣା ଭୁଲ୍ ହୋଇଯାଇପାରେ । ଆପଣ ଅଜାଣତରେ ଠକାମୀର ଶିକାର ହୋଇପାରନ୍ତି । ପିୟୋର୍ ଭାବି ଯାହାକୁ ଖାଉଛନ୍ତି ତାହା ବିଷ ହୋଇଯାଇପାରେ । କାହିଁକି ନା ବଜାରରେ ଏମିତି ନାମୀଦାମୀ କମ୍ପାନୀର ପ୍ୟାକେଟ୍ରେ ବିକ୍ରୀ ହେଉଛି ନକଲି ମସଲା ।
{"id":75417}ଯେଉଁଥିରେ କାଠଗୁଣ୍ଡ, ଚାଉଳଚୂନା ସହ ବିଭିନ୍ନ କେମିକାଲ ମିଶାଇ ପ୍ରସ୍ତୁତ କରାଯାଉଛି । ଜୟପୁରରେ ଏମିତି ଏକ ନକଲି ମସଲା ତିଆରି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ବିପୂଳ ପରିମାଣର ସାମଗ୍ରୀ ଜବତ କରିଛି ପୋଲିସ । ଜବତ ମସଲାର ମାନ ଯାଂଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ।
{"id":75415}କେବଳ ଜୟପୁର ନୁହେଁ, ଏଭଳି ନକଲି ମସଲା ତିଆରି କାରଖାନାର ଚେର ଲମ୍ବିଛି ବ୍ରହ୍ମପୁରକ। କାରଣ ବ୍ରହ୍ମପୁରରୁ ଆସୁଥିଲା ମସଲା ତିଆରି ସାମଗ୍ରୀ। ଜୟପୁର ପ୍ରସାଦ ରାଓ ପେଟ୍ଟା ଓ ଜୟନଗରରେ ଚାଲିଥିଲା କାରଖାନା। ଏଇଠି ପ୍ରସ୍ତୁତ ହେଉଥିଲା ବିଭିନ୍ନ ବ୍ରାଣ୍ଡର ନକଲି ମସଲା। ଜବତ ନକଲି ମସଲା ଓ ମେସିନର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ।
{"id":75416}