ଟଙ୍କା ଲୋଭରେ ତିନି ସନ୍ତାନର ଜନନୀ ପୁଣି ବେଦିରେ ହେଲେ କନିଆଁ… କେମିତି ଧରିଲା ପୋଲିସ

Published By : Prameya-News7 Bureau | June 21, 2020 IST

ରାଞ୍ଚୀ, ୨୧|୦୬: ବିବାହ ନାଁରେ ଠକେଇ । ଟଙ୍କା ଲୋଭରେ ପୁଣି ଥରେ ବିବାହ କରିବାକୁ ପଛାଉ ନାହାଁନ୍ତି । ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ଝାଡଖଣ୍ଡ ପୋଲିସ । ରାଜ୍ୟର କେନ୍ଦୁଆରେ ଜଣେ ମହିଳା ନିଜକୁ କୁଆଁରୀ କହି ପୁଣି ବିବାହ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କର ତିନୋଟି ସନ୍ତାନ ରହିଛନ୍ତି । ଏହି ଗ୍ୟାଙ୍ଗର ଆହୁରି ୭ଜଣ ମହିଳା ୮୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ସେମାନେ ବିବାହ ନାମରେ ୧୨ରୁ ଅଧିକ ଲୋକଙ୍କୁ ଠକି ସାରିଛନ୍ତି ବୋଲି ଜଣାପଡିଛି ।

କନ୍ୟା ହୋଇ ବିବାହ କରିବାକୁ ବସିଥିବା ତିନି ସନ୍ତାନର ମାଆ ସୀମା ରାଜସ୍ଥାନର ଆଜମେର ଫେରାର ହେବା ପୂର୍ବରୁ କେନ୍ଦୁଆ ପୋଲିସ ତାଙ୍କୁ ଗିରଫ କରିଛି ।  ତେବେ ତାଙ୍କ ସହ ଥିବା ୭ଜଣ ମହିଳା ୮୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ସହ ଅନ୍ୟ ମହିଳାଙ୍କୁ ଖୋଜିବାରେ ଲାଗିଛି ।

ଧରା ପଡିଥିବା ସୀମାଙ୍କ ତିନୋଟି ସନ୍ତାନ ରହିଛନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଇନ୍ଦ୍ରଜିତ । ତେବେ ସେ ବାରମ୍ବାର ନିଜର ବୟାନ ବଦଳାଇଛନ୍ତି । ଏହାସହ ସେ ମିଛ କହି ବିବାହ କରିଥିବା ଭାଗଚାନ୍ଦ ଓ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରୁଛି । ସୀମା ୭,୮ ବର୍ଷ ଧରି ଏପରି ଠକି ଆସୁଛନ୍ତି । ଏହାପରେ ସେ ୭ ବର୍ଷ ତଳେ ଆଜମେରର ଭାଗଚାନ୍ଦଙ୍କୁ ବିବାହ କରି ଠକିଥିଲେ । ପରେ ତାଙ୍କ ଭାଇ ସୋନୁଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଏପରିକି ୭ଜଣ ମହିଳା ତାଙ୍କୁ ନେଇ ସୋନୁଙ୍କୁ ପରିବାର ନିକଟକୁ ଯାଇଥିଲେ । ଜଣେ ମହିଳା ସୀମାଙ୍କ ମାଆ ବୋଲି ନିଜକୁ ପରିଚୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.