କଳାହାଣ୍ଡିରୁ ନକଲି ମାଓବାଦୀ ଗିରଫ ; ଫୋନରେ ବ୍ଲକ ଅଧ୍ୟକ୍ଷଙ୍କୁ ଦେଉଥିଲା ଧମକ

Published By : Prameya-News7 Bureau | November 07, 2018 IST

କଳାହାଣ୍ଡି ୭/୧୧ : ନକଲି ମାଓବାଦୀ ଗିରଫ, ସହଯୋଗୀ ଫେରାର । କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଲକରେ ମାଓବାଦୀ ନାଁରେ ଠିକାଦାର,ଅଫିସର, ନେତା,ଯନ୍ତ୍ରୀଙ୍କୁ ଧମକ ଦେଇ ଏହି ନକଲି ମାଓବାଦୀ ଟଙ୍କା ଆଦାୟ କରୁଥିଲେ । ଗିରଫ ଯୁବକ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଇରୁକୁବାଡି ଗାଁର ଗୋପାଲ ମାଣ୍ଡିଆ ସାହୁ । ଲାଞିଗଡ ବ୍ଲକ ଅଧ୍ୟକ୍ଷକୁ ମାଓବାଦୀ ସଂଗଠନକୁ ଚାନ୍ଦା ନ ଦଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଫୋନରେ ଧମକ ଦେଇ ଆସୁଥିଲେ । ତାଙ୍କ ଏତଲା ଆଧାରରେ ବିଶ୍ବନାଥପୁର ପୋଲିସ ମୋବାଇଲ ଟ୍ରାକିଙ୍କ ଜରିଆରେ ଗିରଫ କରିଛି । ନକଲି ମାଓବାଦୀ ନାଁରେ ଚାନ୍ଦା ଆଦାୟ ମାମଲାରେ ସ୍ଥାନୀୟ ସହଯୋଗୀ ଲାଞିଗଡର ନକୁଳ ତିହାଡି ଫେରାର ରହିଛି । ମାଓବାଦୀ ନାଁରେ ଏହି ଦୁର୍ବୁତ ଅନେକ ଠିକାଦାର ଓ ଅଫିସର ଠାରୁ ଟଙ୍କା ଆଦାୟ କରିଥିବା ସ୍ବୀକାର କରିଛି । ଯାହା ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.