ଚୌଦ୍ୱାରରୁ ଜଣେ ନକଲି ପୋଲିସ ଆଇଆଇସି ଗିରଫ

Published By : Prameya-News7 Bureau | October 12, 2018 IST

ଚୌଦ୍ୱାର୧୧/୧୦: ଚୌଦ୍ୱାରରୁ ଜଣେ ନକଲି ପୋଲିସ ଆଇଆଇସି ଗିରଫ । ତାଙ୍କ ନା ସୁଲତାନା ବେଗମ୍ । ସୁଲତାନା ଡେରାବିଷ ଥାନା ବାଲିଆ ଗାଁର ବାସିନ୍ଦା । ସୁଲତାନା ମାଲ ଗୋଦାମ ଥାନାର ଅତିରିକ୍ତ ଆଇଆଇସି ବୋଲି ନିଜକୁ ପରିଚୟ ଦେଇଥିଲେ । ତାଙ୍କ ନାଁରେ ଚୌଦ୍ୱାର, କଟକ, ଟାଙ୍ଗି, ସାଲେପୁର ଆଦି ଅଞ୍ଚଳରେ ବହୁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବାର  ଅଭିଯୋଗ ହୋଇଛି । ଚୌଦ୍ୱାର ପୌର ପାଳିକା ୧୮ନମ୍ବର ୱାର୍ଡର ଗଉଡ଼ ସାହିରେ ଏକ ଘର ଭଡା ନେଇ ରହୁଥିଲେ। ଗତ ଗଣେଶ ପୂଜା ବିସର୍ଜନ ବେଳେ ଗଉଡ଼ ସାହି ମେଢ ଆଗରେ ପୋଲିସ ୟୁନିଫର୍ମରେ ମଧ୍ୟ ସେ ଡ୍ୟୁଟି କରିଥିଲେ । ଏପରିକି ସ୍ଥାନୀୟ କିଛି ଯୁବକଙ୍କୁ ଗାଳି କରିବା ସହ ମାଡ ମଧ୍ୟ ମାରିଥିଲେ। ଏହାପରେ ଯୁବକ ମାନେ ସନ୍ଦେହ କରି ଚୌଦ୍ୱାର ପୋଲିସ କୁ ସୂଚନା ଦେଇଥିଲେ । ସୁଲତାନା  ଘରେ ଥିବାର ସୂଚନା ପାଇ ଚୌଦ୍ବାର ପୋଲିସ ଚଢ଼ାଉ କରିଥିଲା । ସଲତାନାଙ୍କୁ   ପଡୋଶୀଙ୍କ ଘର ପାଇଖାନା ରୁ ଏକ ୩ ଷ୍ଟାର ଥିବା ଖାକି ପୋଷକ, ଅନେକ କାଗଜ ପତ୍ର ଜବତ ହୋଇଛି । ସୁଲତାନା ବିଭିନ୍ନ ସମୟରେ ନିଜ ନାମ ଲକ୍ଷ୍ମୀପ୍ରିୟା ମଲ୍ଲିକ, ଲଷ୍ମୀପ୍ରିୟା ଦାସ ଓ ସ୍ୱାଇଁ ବୋଲି ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲା । ପୋଲିସ ତାକୁ ଅଟକ ରଖି ପଚରା ଉଚୁରା କରୁଛି । ଗିରଫ ମହିଳା ବ୍ୟାବହାର କରୁଥିବା ଗାଡିକୁ ଯବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.