Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଗିରଫ ପରେ ନକଲି ଆଇଏଏସ୍ ଅଫିସରଙ୍କ କଳା କାରନାମାର ଗୁମର ଫିଟୁଛି

6/06/2018 at 5:30 AM

ଗିରଫ ପରେ ନକଲି ଆଇଏଏସ୍ ଅଫିସରଙ୍କ କଳା କାରନାମାର ଫିଟୁଛି ଗୁମର । ଗୋଟିଏ ଦୁଇଟି ନୁହେଁ ତାଙ୍କ ନାମରେ ଅଭିଯୋଗର ଲମ୍ବା ତାଲିକା ଆସିଛି । ନିଜକୁ ମାଲକାନଗିରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଇ ଚାକିରି ଦେବା ନାଁରେ ଅନେକ ଲୋକଙ୍କୁ ସେ ଠକିଛନ୍ତି । ମିଥ୍ୟା ଫେସବୁକ୍ ଆଇଡି ତିଆରି କରି ବିଭିନ୍ନ ଲୋକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଝାରପୋଖରିଆ ଥାନା ଅଂଚଳରେ ସନ୍ତୋଷ ମହାନ୍ତି ନାମକ ଜଣେ ଯୁବକଙ୍କୁ ଜେଲ ୱାଡେନ ଚାକିରି କରାଇ ଦେବାକୁ କହି ଦେଢ ଲକ୍ଷ ଟଙ୍କା ଠକି ଥିବା ଜଣାଯାଇଛି । ଏହା ସହିତ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳରେ କିଛି ଯୁବକଙ୍କୁ ସେ ରିଜର୍ଭ ବ୍ୟାଙ୍କରେ ଚାକିରୀ କରାଇ ଦେବାର ଲୋଭ ଦେଖାଇଥିଲେ । ଅଲେଖ କୁମାର ମାଝୀ ଏବଂ ଅନୀଲ ଜେନାଙ୍କ ନିକଟରୁ ୩୦ ହଜାର ଟଙ୍କା ଲେଖାଏଁ ଠକିଛନ୍ତି । ଏହା ସହିତ ସାରସକଣା ତହସିଲଦାରଙ୍କୁ ଫୋନ କରି ଆଇଏଏସ୍ ଅଫିସର କହି ଧମକ ଦେଇ ଆସୁଥିବା ଜଣାଯାଇଛି । କେବଳ ଏତିକି ନୁହେଁ ଅଭିଯୁକ୍ତ ରଜତ ପଣ୍ଡା ଏକାଧିକ ବିବାହ କରିଥିବା କଥା ସାମ୍ନାକୁ ଆସିଛି । ଭୁବନେଶ୍ବରରେ ସେ ପୂର୍ବରୁ ଗୋଟିଏ ବିବାହ କରିଥିବା ବେଳେ ନିଜକୁ ଆଇଏଏସ୍ ଅଫିସର କହି ଗତ ୨୦ ତାରିଖରେ ଉଦଳା ତାରିଣୀ ମନ୍ଦିରରେ ଦାମୋଦରପୁର ଗାଁର ଜଣେ ଯୁବତୀଙ୍କ ବିବାହ କରିଥିଲେ । ଏବେ ଝାରପୋଖରିଆ ପୋଲିସ୍ ଖୁଂଟା ଥାନାରୁ ନକଲି ଆଇଏଏସ ରଜତ ପଣ୍ଡାଙ୍କୁ ଅଧତ୍କ ପଚରାଉଚରା ପାଇଁ ନେଇଛନ୍ତି ।

Leave a Reply

   Related Posts