ନକଲି ଆଇଏଏସ୍ ଅଫିସର ଗିରଫ
5/06/2018 at 5:28 AM

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଦାମୋଦରପୁର ଗାଁରୁ ତାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ରଜତ ପଣ୍ଡା । ସେ ନିଜକୁ ମାଲକାନଗିରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଇ ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏହା ସହ ମିଛ କହି ଦାମୋଦରପୁର ଗାଁର ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିବା ଜଣାପଡିଛି । ସେ ଚିଟଫଣ୍ଡ ଠକେଇ ମାମଲାରେ ଦେଢ଼ ବର୍ଷ ଜେଲରେ ରହିଥିବା ଜଣାପଡିଛି । ମାଲକାନଗିରି ପୁଲିସ ନିକଟରେ ଏକାଧିକ ମାମଲା ରହିଥିବାରୁ ଖବର ପାଇ ପୁଲିସ ତାକୁ ନଜରରେ ରଖିଥିଲା ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023