ନିଯୁକ୍ତି ନାଁରେ ଠକେଇ ! Bigstory Followup
8/05/2018 at 8:37 AM

କଳାହାଣ୍ଡିରେ ସରକାରୀ କାର୍ଯ୍ୟାଳୟରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ନେଇ ବିବାଦ ସାମ୍ନାକୁ ଆସିଛି | ନିଯୁକ୍ତି ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଛି | କଳାହାଣ୍ଡି ଜିଲ୍ଲା ଆରକ୍ଷା ଆଧ୍ୟିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଆଦର୍ଶ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଧାରଣାରେ ବସିଛନ୍ତି | ୨୦୧୬-୧୭ରେ ଜିଲ୍ଲାର ୩୪ ଜଣଙ୍କ ଠାରୁ ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ନେଇ ନିଯୁକ୍ତି ଦେଇଥିଲା ଭୁବନେଶ୍ୱର ସ୍ଥିତ ଗ୍ରୁପ ଫାଇଭ ସଂସ୍ଥା | କିନ୍ତୁ ଏବେ ୯ ମାସର ଦରମା ନଦେଇ ସମ୍ପୃକ୍ତ ସଂସ୍ଥା କୁଆଡେ ଫେରାର ହେଇଯାଇଛି | ଏପଟେ ଗ୍ରୁପ ଫାଇଭ ସଂସ୍ଥା ସହ ଚୁକ୍ତି ବାତିଲ କରି ଶ୍ରୀ ଜଗନ୍ନାଥ ସଂସ୍ଥା ସହ ନୂଆ ଚୁକ୍ତି କରାଯାଇଛି | ଯାହା ଫଳରେ ୩୪ ଜଣଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ | ପ୍ରତିବାଦରେ ଜିଲ୍ଲା ଆରକ୍ଷା ଆଧ୍ୟିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଏହି ୩୪ ଜଣ |