ରାଉରକେଲାରୁ ନକଲି ପୋଲିସ ଡ଼ିଏସପି ଗିରଫ; ନଗଦ ଏକ ଲକ୍ଷ ୯୯ ହଜାର ଟଙ୍କା ଜବତ
6/11/2018 at 12:41 PM

ରାଉରକେଲା ୬/୧୧ : ନକଲି ଡ଼ିଏସପି ଗିରଫ । ରାଉରକେଲା ପ୍ଲାଂଟ ସାଇଟ୍ ଥାନା ପୋଲିସ ଗିରଫ କରିଛି । ନକଲି ଡ଼ିଏସପିର ରାକେଶ ରଥଙ୍କ ଘର ଗଂଜାମ ଜିଲ୍ଲା ବୁଗୁଡ଼ରେ । ସଦାଶିବପୁର ଗାଁରେ ସେ କିଛି ଦିନ ବାଙ୍ଗାଲୁରରେ ସିକ୍ବୁରୀଟି ଗାର୍ଡ ଭାବରେ କାମ କରୁଥିଲେ । ସେ ନିଜକୁ ପୋଲିସ ଡ଼ିଏସପିର ପରିଚୟ ଦେଇ ପୋଲିସ ବିଭାଗରେ ଚାକିରୀ କରେଇଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ହି ଥାନା ଅଚଂଳର ଅନେକ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ସହ ସୁନା ଅଳଙ୍କାର ନେଇଥିବାରୁ ଧରୁଆଡ଼ହି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ରାକେଶ ରଥକୁ ଧରିବା ପାଇଁ ଆରମ୍ବ କରିଦେଇଥିଲା ଛାନଭିନ । ରାକେଶ ରଥ ରାଉରକେଲାର ଏକ ହୋଟେଲରେ ଥିବା ଖବରପାଇ ରାଉରକେଲା ପ୍ଲାଂଟ ସାଇଟ ପୋଲିସ ହୋଟେଲରୁ ଗିରଫ କରି ତାଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାଶ ବୁକ୍, ନକଲି ଷ୍ଟାଂମ୍ପ, ଆଧାରକାଡ଼ର୍, ଅନେକ ଏଟିଏମ ସହ ଅନେକ ଯୁବକଙ୍କର ସାଟିଫିକେର୍ଟ, ସହ ନଗଦ ଏକ ଲକ୍ଷ ୯୯ ହଜାର ଟଙ୍କା, ୭୦ ହଜାରର ସୁନା ଅଳଙ୍କାର ଜବତ କରିଛି । ଜବତ କରି ରାକେଶକୁ ସୁନ୍ଦରଗଡ଼ ଧରୁଆଡ଼ହି ଥାନାକୁ ହସ୍ତାନ୍ତର କରିଛି ପୋଲିସ । ରାକେଶକୁ ଧରୁଆଡ଼ହି ଥାନାରେ ରଖାଯାଇ ଅଧତ୍କ ତଦନ୍ତ କରାଯାଉଛି ।