ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅଂଚଳରୁ ଜାଲ ନୋଟ ଜବତ
16/04/2018 at 10:13 AM

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳ ରୁ ବ୍ୟାପକ ପରିମାଣ ର ଜାଲ ନୋଟ ଜବତ ହୋଇଛି। ସୁନାମୁହ୍ନି ନିକଟରେ ବିଷୁବ ସଙ୍କ୍ରାନ୍ତି ମେଳା ଚାଲିଥିବା ବେଳେ ଜାଲ ନୋଟ ଦେଇ ବିଭିନ୍ନ ଜିନିଷ କିଣାକିଣି କରୁଥିବାବେଳେ ଭଣ୍ଡାରୀପୋଖରୀ ପୋଲିସ ବିଳମ୍ବିତ ତିନି ଜଣ ଙ୍କୁ ଅଟକ ରଖିଛି । ତାଙ୍କ ନିକଟରୁ ୧୮୦୦୦ ରୁ ଅଧିକ ଜାଲ ନୋଟ ଜବତ ହୋଇଛି। ତେବେ ଆହୁରି ନୋଟ ମଧ୍ୟ ମେଳା ରେ କାରବାର ହୋଇଥିବା ସନ୍ଦେହ କାରାଯାଉଛି। ଏହି ଜଲନୋଟ କାରବାର ରେ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ କରୁଛି। ତଦନ୍ତ ରେ ସମ୍ପୃକ୍ତ ଲୋକଙ୍କ ଗିରଫଦାରୀ ପାଇଁ ଜାଲନୋଟ କାରବାର ରେ ସମ୍ପୃକ୍ତ ଲୋକଙ୍କ ନାମ ଗୋପନ ରଖିଛି ।