ବଲାଙ୍ଗୀର: ଜାଲ ସାର୍ଟିଫିକେଟ୍ କାରବାର, କମ୍ପ୍ୟୁଟର ସେଣ୍ଟରରେ ପୋଲିସର ଚଢାଉ
26/03/2023 at 6:17 PM

ବଲାଙ୍ଗୀର: ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ୍ର ମାଷ୍ଟର ମାଇଣ୍ଡକୁ ଧରିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ରାଜ୍ୟ ତଥା ରାଜ୍ୟ ବାହାରକୁ ଏହାର ଚେର ଲମ୍ବିଥିବା ବେଳେ ବଲାଙ୍ଗୀରରେ ଥିବା ଏହାର ଚେରକୁ ଖୋଜୁଛି ପୋଲିସ। ଏନେଇ ଆଜି ପୁଣି ଏକ କମ୍ପ୍ୟୁଟର ସେଣ୍ଟର ଉପରେ ଚଢ଼ାଉ କରିଛି ପୋଲିସ।

ସହରର ଶାନ୍ତିପଡା ଠାରେ ଥିବା କମ୍ପଭାଇ ଭୋକେଶନାଲ ଟ୍ରେନିଙ୍ଗ ସେଣ୍ଟରରେ ଚଢ଼ାଉ କରିଛି ପୋଲିସ। ସେଠାରେ ଜାଲ୍ ସାର୍ଟିଫିକେଟ ରାକେଟ୍ର କିଛି ଲିଙ୍କ୍ ରହିଥିବା ନେଇ ଖବର ପାଇ ତଦନ୍ତ କରୁଛି ପୋଲିସ। କମ୍ପ୍ୟୁଟର ସହ ହାର୍ଡଡିସ୍କ, ପେନ ଡ୍ରାଇଭ ଓ ବିଭିନ୍ନ କାଗଜପତ୍ର ଜବତ କରିଛି ପୋଲିସ। ତେବେ କିଭଳି ରହିଛି ଦ୍ୱିତୀୟ ଦିନରେ ଜାଲ ସାର୍ଟିଫିକେଟ ସ୍କାମକୁ ନେଇ ତଦନ୍ତ ଚଳାଇଛି।