କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
25/03/2023 at 1:22 PM

ବଲାଙ୍ଗୀର ୨୫।୩: ନକଲି ସାର୍ଟିଫିକେଟ୍ର ଗୁମର ଖୋଲିଲା ପୋଲିସ । ବଲାଙ୍ଗୀରରେ ପୋଷ୍ଟାଲ ଚାକିରୀ ପାଇଁ ଜାଲ୍ ସାର୍ଟିଫିକେଟ୍ ଦେଇ ଆବେଦନ ଅଭିଯୋଗ ଘଟଣାରେ ୮ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ ।
ବଲାଙ୍ଗୀର କଲେଜ ଛକରେ ଥିବା ରିଲାଏନ୍ସ କୋଚିଂ ସେଣ୍ଟରେ ଚଢାଉ କରିଥିଲା ପୋଲିସ । ଶହ ଶହ ନକଲି ସାର୍ଟିଫିକେଟ୍ ଜବତ ହୋଇଛି । ଏଠି ତିଆରି ହେଉଥିଲା ନକଲି ସାର୍ଟିଫିକେଟ୍ । ଗ୍ରାମୀଣ ଡାକ ସେବା ପଦବୀ ଆବେଦନରେ ଜାଲ୍ ସାର୍ଟିଫିକେଟ୍ ଦେବା ଘଟଣା ପରେ ସାମ୍ନାକୁ ଆସିଥିଲା ଜାଲ ସାର୍ଟିଫିକେଟ ତିଆରି କଥା I ଡାକ ବିଭାଗର ଯାଞ୍ଚ ବେଳେ ୩୭ରୁ ଅଧିକ ଜାଲ୍ ସାର୍ଟିଫିକେଟ୍ ଜବତ ହୋଇଛି I ପୋଷ୍ଟାଲ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଏତଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି I ଏବେ ଜାଲ୍ ସାର୍ଟିଫିକେଟ ରାକେଟକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଯୋଜନା କରିଛି ।