ନକଲି କାରବାରର ଗନ୍ତାଘର କଟକ ସହର !

Published By : Prameya-News7 Bureau | August 02, 2018 IST

ପୁଣି କଟକ ସହରରେ ଠାବ ହେଲା ନକଲି ସିମେଣ୍ଟ କାରଖାନା… ସଦର ଥାନା ସମ୍ମୁଖରେ ଚାଲୁଥିବା ଏହି ସିମେଣ୍ଟ କାରଖାନକୁ ଠାବ କରିଛି ସ୍ପେଶାଲ ସ୍କ୍ବାର୍ଡ… କାରଖାନ ଭିତରୁ ହାଜରରୁ ଉର୍ଦ୍ଧ ବସ୍ତା ସିମେଣ୍ଟ ଜବତ କରିବା ସହ ୭ ଜଣଙ୍କୁ ଅଟକ ରିଖିଛି ପୋଲିସ… ଜଗତପୁର ପରେ ଏବେ କଟକ ସଦର ଅଞ୍ଚଳୁ ଠାବ ହୋଇଛି ନକଲି ସିମେଣ୍ଟ କାରାଖାନା… ସଦର ଥାନା ସମ୍ମୁଖରେ ଏହି କାରଖାନ ଦିର୍ଘ ବର୍ଷ ଧରି ଚାଲୁଥିବା ବେଳେ କେହି ପାଉ ନଥିଲେ ପତ୍ତା…. ତେବେ ଏହି କାରଖାନ ବାବଦରେ ତଥ୍ୟ ପାଇବା ପରେ ମର୍କତନଗର ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ବାର୍ଡ ଅଚାନକ ଚଢାଉ କରିଥିଲା…ଚଢାଉ ସମୟରେ ପ୍ରାୟ ୧୦୦୦ ହଜାରରୁ ଉର୍ଦ୍ଧ ବସ୍ତା ସିମେଣ୍ଟ ଜବତ କରିବା ସହ ୭ ଜଣଙ୍କୁ ଅଟକ ରଖି ପଚରା ଉଚରା ଯାରି ରଖିଛି….ତେବେ ପୋଲିସ ଏହି କାରଖାନାକୁ ସିଲ କରି ପୋଲିସ ଅଧିକ ତଦନ୍ତ ଯାରି ରଖିଛି… ପୂର୍ବରୁ ମେ ମାସରେ ଜଗତପୁର ଅଞ୍ଚଳରୁ ଏଖ ନକଲି ସିମେଣ୍ଟ କାରଖାନ ଠାବ ହୋଇଥିବା ବେଳେ ଏବେ ସଦର ଥାନା ସମ୍ମୁଖରୁ ଠାବ ହୋଇଛି ଏହି କରାଖାନା… ତେବେ ସହରରେ ବିଭିନ୍ନ ସ୍ଥାନରେ ଏଭଳି ନକଲି ସାମଗ୍ରୀ କରାଖାନ ଠାବ ହେବା ପରେ ପୋଲିସ ମଧ୍ୟ ଆରମ୍ଭ କରିଛି ଅପରେସନ ଡୁପ୍ଲିକେଟ… ତେବେ ପିରିତ୍ୟକ୍ତ ବା ନଷ୍ଟ ସିମେଣ୍ଟକୁ ଆଣି କିଛି ଭଲ ସିମେଣ୍ଟ ମିଶାଇ ଡିଏସପି ସିମେଣ୍ଟ ବ୍ରାଣ୍ଡରେ ଏହି ନକଲି କରାଯାଉଥିବା ପୋଲିସ ତଦନ୍ତୁ ଜାଣିବାକୁ ପାଇଛି… ତେବେ ଏହି ନକଲି ସିମେଣ୍ଟ ଓ ଜରି ପ୍ୟାକିଂ କେଉଁଠାରୁ ଆସୁଛୁ ସେ ନେଇ ପୋଲିସ ଅଧିକ ଖୋଳ ତାଡ କରୁଥିବା କହିଛନ୍ତି ଡିସିପି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.