ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା, ୩ ଅଭିଯୁକ୍ତଙ୍କୁ ଜେରା କରୁଛି ପୋଲିସ
29/08/2023 at 9:35 AM

ଭୁବନେଶ୍ୱର ୨୯।୦୮: ସିବିଆଇ ଅଧିକାରୀ କହି ରାଜଧାନୀ ଭୁବନେଶ୍ବରରେ ୨ କୋଟି ଲୁଟ ମାମଲା । ୩ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ଗତ ରବିବାର ନନ୍ଦନବିହାର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ । ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ଘରେ ପଶି ନିବାରଣ ପାଣିଙ୍କୁ ସିବିଆଇ ଅଧିକାରୀ ପରିଚୟ ଦେଇ ଲୁଟିଥିଲେ । ଆଉ ଏହାର ମାଷ୍ଟରମାଇଣ୍ଡ ସାଜିଥିଲା ନିବାରଣଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର । ତେବେ ନିବାରଣ ୨ କୋଟି ଟଙ୍କା ନଗଦ କେଉଁଠୁ ଆଣିଲେ ? ଖୁବଶୀଘ୍ର ଏ ନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।
ସେପଟେ ଝାରପଡା ଜେଲରେ ଅଭିଯୁକ୍ତମାନଙ୍କ ଟିଆଇ ପରେଡ଼ ହେବ ବୋଲି ଜଣାପଡିଛି । ଟିଆଇ ପରେଡ୍ ପରେ ଅନେକ ସତ ପଦାକୁ ଆସିବ ବୋଲି ଆଶା କରୁଛି ପୋଲିସ । ଏହାସହିତ ଏହି ସିଣ୍ଟିକେଟ୍ରେ ଆଉ କେତେ ଜଣ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।