scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଭଣ୍ଡ ବାବା ନିତ୍ୟାନନ୍ଦର ଦୃଢୋକ୍ତି- ମୁଁ ପରମ ଶିବ,କୌଣସି କୋର୍ଟ ମୋର କିଛି କରିପାରିବେନି

9/12/2019 at 7:31 PM

ନୂଆଦିଲ୍ଲୀ ୦୯।୧୨ – ମୁଁ ପରମ ଶିବ ।କୌଣସି କୋର୍ଟ ମୋର କିଛି କରିପାରିବେନି ।ଅନେକ ଦୁଷ୍କର୍ମ ମାମଲାରେ ଫସି ଫେରାର ଥିବା ପଳାତକ ବାବା ନିତ୍ୟାନନ୍ଦଙ୍କ ନୂଆ ଭାଇରାଲ ଭିଡିଓରେ ସାମ୍ନାକୁ ଆସିଛି ଏଭଳି ବିବାଦୀୟ ତଥ୍ୟ ।ଏଇ ମାତ୍ର ଦିନ କେଇଟା ତଳେ ନିତ୍ୟାନନ୍ଦ ଆବେଦନ କରିଥିବା ନୂଆ ପାସପୋର୍ଟକୁ ଖାରଜ କରିବା ସହ ପୁରୁଣା ପାସପୋର୍ଟକୁ ରଦ୍ଦ କରିଦେଇଥିଲା ବୈଦେଶିକ ମନ୍ତ୍ରଣାଳୟ ।ତାର ଦୁଇ ଦିନ ଭିତରେ ନିତ୍ୟାନନ୍ଦଙ୍କ ଏଭଳି ନୂଆ କାରନାମା ସାମ୍ନାକୁ ଆସିଛି ।ଯେଉଁଥିରେ ନିତ୍ୟାନନ୍ଦ ଘୋଷଣା କରିଛି ଯେ ସାରା ବିଶ୍ବ ତାଙ୍କ ବିରୋଧରେ ଅଛି ।କିନ୍ତୁ ଯେଉଁ ସମର୍ଥକ ମାନେ ତାଙ୍କ ସହିତ ଅଛନ୍ତି ସତ୍ୟ କଣ ସେ ସେମାନଙ୍କୁ ପ୍ରମାଣିତ କରି ଦେଖାଇବେ ।କାରଣ ସିଏ ହେଲେ ପରମ ଶିବ ।…

କିଛିଦିନ ତଳେ ନିତ୍ୟାନନ୍ଦ ଘୋଷଣା କରିଥିଲେ ଯେ ସେ ଲାଟିନ୍ ଆମେରିକାର  ଇକ୍ବେଡରରେ ଏକ ଦ୍ବୀପ କିଣିଛନ୍ତି ।ଯାହାର ନାମରଖିଥିଲେ କୈଳାସ ।ଏଥିରେ ସାରା ବିଶ୍ବର ହିନ୍ଦୁ ଆସି ନାଗରିକତ୍ୱ ଗ୍ରହଣ କରିପାରିବେ ବୋଲି ଘୋଷଣା କରିଥିଲେ । ବାସ୍ତବରେ ନିତ୍ୟାନନ୍ଦ ଇକ୍ବେଡରରେ ଏକ ଦ୍ବୀପ  କିଣିବାକୁ ବି ଆବେଦନ କରିଥିଲେ ।

ହେଲେ ଏହାକୁ ସେଠିକାର ସରକାର ପ୍ରତ୍ୟାଖାନ କରିଦେଇଛନ୍ତି । ନିରାଶ ହୋଇ ନିତ୍ୟାନନ୍ଦ ହାଇତି ପଳାଇ ଥିବା କୁହାଯାଉଛି ।ଜାଲ୍ ପାସପୋର୍ଟରେ ଭାରତରୁ ଲୁଚି ପଳାଇଥିବା ନିତ୍ୟାନନ୍ଦ ନିଜର ସମର୍ଥକଙ୍କୁ ଖୁସ୍ କରିବାକୁ ଗୋଟିଏ ପରେ ଗୋଟିଏ ମନଲୋଭା ମିଛ ଖବର ଦେଇଚାଲିଛନ୍ତି । ନିତ୍ୟାନନ୍ଦଙ୍କ କାରନାମା ସଂପର୍କରେ ସବୁ ଦେଶର ଦୂତାବାସକୁ ଭାରତ ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।…        

ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିଲେ ନିତ୍ୟାନନ୍ଦ । ଜେଲରୁ ଆସିବା ପରେ ପୁଣି ଏଭଳି କିଛି ସଙ୍ଗିନ ଅଭିଯୋଗ ଆସିଥିଲା ତାଙ୍କ ନାଁରେ । ପୋଲିସ ଗିରଫ କରିବ ଜାଣି ଦେଶ ଛାଡି ପଳାଇଛନ୍ତି ନିତ୍ୟାନନ୍ଦ ।

   Related Posts