ପୁଣି ଭଣ୍ଡ ବାବାର କଳା କାରନାମା : ଆଶୀର୍ବାଦ ଦେବା ଆଳରେ ମହିଳାଙ୍କ ଅଣ୍ଟାରେ ହାତ ମାରୁଥିଲା, ଭାଇରାଲ ହେଲା ଭିଡିଓ

Published By : Prameya-News7 Bureau | December 29, 2018 IST

ଜୟପୁର ୨୯/୧୨ : ଭାରତକୁ ଆସ୍ଥା ଏବଂ ବିଶ୍ୱାସର ଦେଶ ଭାବେ ଗଣନ କରାଯାଏ | ବହୁ ପୁରାତନ କାଳରୁ ଲୋକେ ବାବାମାନଙ୍କ ନିକଟକୁ ନିଜ ସମସ୍ୟାର ସମାଧାନ ପାଇଁ ଯାଇଥାନ୍ତି | ତାଙ୍କର ବିଶ୍ୱାସ ଥାଏ ଯେ, ବାବା ତାଙ୍କ ସମସ୍ୟା ସମାଧାନ ପାଇଁ ସଠିକ ଉପାୟ କହିବେ | କିନ୍ତୁ ସବୁ ବାବା ସମସ୍ୟା ସମାଧାନର ବାଟ ବତେଇନଥାନ୍ତି | ଅନେକ ବାବା ଲୋକଙ୍କ ସରଳତାର ଫାଇଦା ଉଠାଇଥାନ୍ତି | ଆଜି ମଧ୍ୟ ଏମିତି ଅନେକ ଲୋକେ ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଭଣ୍ଡ ବାବାଙ୍କୁ ବିଶ୍ଵାସ କରୁଛନ୍ତି | ଭଣ୍ଡ ବାବାଙ୍କ ପାଖକୁ ଯାଇ ଲୋକେ ହଇରାଣ ମଧ୍ୟ ହଉଛନ୍ତି | ସାଧାରଣତଃ ମହିଳାମାନେ ହିଁ ଏମିତି ଭଣ୍ଡ ବାବାଙ୍କ ଜାଲରେ ଫାସିଥାନ୍ତି | ମହିଳାଙ୍କୁ ନିଜ ଜାଲରେ ଫସେଇ ଏହି ଭଣ୍ଡ ବାବାମାନେ ଯୌନ ଲାଳସା ପୂରଣ କରିଥାନ୍ତି | ଏମିତି କେତେ ଭଣ୍ଡ ବାବା ଧରା ପଡି ଜେଲରେ ମଧ୍ୟ ଅଛନ୍ତି ଆଉ କିଛି ଲୋକଙ୍କୁ ଠକିବାରେ ବ୍ୟସ୍ତ | ଲୋକେ ସମ୍ପୂର୍ଣ ସଚେତନ ନହେବା ଯୋଗୁଁ ସମାଜରୁ ଏହି ଭଣ୍ଡ ବାବାଙ୍କ ଶାସନ ସଫା ହେବନାହିଁ |

{"id":68335,"width":588,"height":328}

ନିକଟରେ ଏମିତି ଏକ ଭଣ୍ଡ ବାବାର କଳା କାରନାମା ସାମ୍ନାକୁ ଆସିଛି | ବାବା ମହିଳାମାନଙ୍କ ଅଣ୍ଟାରେ ହାତ ବୁଲାଇ ତାଙ୍କ ଚିକିତ୍ସା କରୁଥିଲେ | ବାବାର ଏହି ଭିଡିଓ ମଧ୍ୟ ଭାଇରାଲ ହୋଇଛି | ଏହି ବାବା ମହିଳାଙ୍କ ସହ ଅଶ୍ଳୀଳ କାରନାମା କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି |

{"id":68336}

ଭିଡିଓରେ କ'ଣ ଅଛି ଜାଣନ୍ତୁ: ପ୍ରଥମେ ଜଣେ ମହିଳା ଆସି ବାବାଙ୍କ ଗୋଡ ଧରି ତାଙ୍କୁ ପ୍ରଣାମ କରିଛନ୍ତି | ପ୍ରଣାମ କରିବା ପରେ ବାବା ମହିଳାଙ୍କ ମୁଣ୍ଡ ଉପରେ କିଛି ସମୟ ପାଇଁ ହାତ ରଖିଥାଏ | ଏହାପରେ ଭଣ୍ଡ ବାବା ମହିଳାଙ୍କ ମୁହଁ ବୁଲେଇବାକୁ କହିଥାଏ | ମହିଳା ମୁହଁ ବୁଲେଇ ବାବାକୁ ପଛ କରିବା ପରେ ବାବା ମହିଳାଙ୍କ ଅଣ୍ଟାରେ ହାତ ମାରିଥାଏ | ମହିଳା ଏହାପରେ ପୁଣିଥରେ ବାବାକୁ ପ୍ରଣାମ କରି ଚାଲିଯାଇଥାଏ | ବାବା କୌଣସି କୌଣସି ରୋଗର ଚିକିତ୍ସା ମଧ୍ୟ କରିଥାଏ | ରୋଗର ଚିକିତ୍ସା କଲାବେଳେ କେହି ଜଣେ ବାବାର ଏହି ଭିଡିଓ ରେକର୍ଡିଙ୍ଗ କରି ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି | ତେବେ ଭିଡିଓ ଦେଖି କେହି କେହି ବାବାକୁ ନିନ୍ଦା କଲାବେଳେ କେହି କେହି ବାବାଙ୍କ ଚିକିତ୍ସା ନେଇ ପ୍ରଶଂସା ମଧ୍ୟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.