ଖୋଲିବ ନକଲି ଆକ୍ୱାଗାର୍ଡର ଗୁମର, ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ
25/01/2023 at 11:35 AM

କଟକ ୨୫।୦୧ : ଖୋଲିବ ନକଲି ଆକ୍ୱାଗାର୍ଡର ଗୁମର। ନକଲି ଆକ୍ୱାଗାର୍ଡ ବିକ୍ରି ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ସେଥି ପାଇଁ ତିନି ଦିନ ରିମାଣ୍ଡ ଆବେଦନ କରିଛି ବାଦାମବାଡି ଥାନା ପୁଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ କାହ୍ନୁଚରଣ ପ୍ରଧାନ ଓ ସଞୟ ଦତ୍ତ।
ତେବେ ଗିରଫ ଦୁଇ ଅଭିଯୁକ୍ତ ନକଲି ଆକ୍ୱାଗାର୍ଡ ସହ ଆକ୍ୱାଗାର୍ଡରେ ବ୍ୟବହୃତ ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ ଗତ ରବିବାର ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଦିଲ୍ଲୀରୁ ଏହି ନକଲି ସାମଗ୍ରୀ ଆଣୁଥିବା ତଦନ୍ତ ରେ ଜଣା ପଡିଛି। ପୋଲିସ ରିମାଣ୍ଡ ସମୟରେ ଦିଲ୍ଲୀ ବ୍ୟବସାୟ ଓ ଟଙ୍କା କାରବାରର ଖୋଲିବ ବହୁ ଗୁମୁର।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023