ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

‘ପତ୍ନୀର ଖର୍ଚ୍ଚ ଉଠାଇବା ପାଇଁ ମୋ ପାଖରେ ଟଙ୍କା ନାହିଁ’…ଦ୍ୱିତୀୟ ବିବାହକୁ ନେଇ କହିଲେ ଅମୀରଙ୍କ ସାନ ଭାଇ

26/08/2021 at 8:17 AM

ନୂଆଦିଲ୍ଲୀ ୨୬/୦୮ : ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ଆଜିକାଲି ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ କୁ ନେଇ ଚର୍ଚ୍ଚାରେ । ଏଥିସହିତ ତାଙ୍କ ସାନଭାଇ ଫୈଜଲ ଖାନ ଦୀର୍ଘ ସମୟ ପରେ ପୁଣି ଫିଲ୍ମକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଫୈଜଲ ଖାନ ଫିଲ୍ମ ‘ଫ୍ୟାକ୍ଟ୍ରି’ରୁ କମ୍‌ବ୍ୟାକ୍ କରୁଛନ୍ତି। ନିକଟରେ ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଖୁଲାସା କରିଛନ୍ତି । ଯେହାପରେ ସେ ଆଲୋଚନାର ବିଷୟ ପାଲଟିଛନ୍ତି।

PunjabKesari

ଏକ ଇଣ୍ଟରଭ୍ୟୁରେ ଫୈଜଲ ଦ୍ୱିତୀୟ ବିବାହ କରିବେନି ବୋଲି କହିଛନ୍ତି । ଅଭିନେତା କହିଛନ୍ତି, ‘ପତ୍ନୀଙ୍କ ଖର୍ଚ୍ଚ ଉଠାଇବା ପାଇଁ ମୋ ପାଖରେ ସେତିକି ଅର୍ଥ ନାହିଁ। ମୋର କେହି ଗର୍ଲଫ୍ରେଣ୍ଡ ମଧ୍ୟ ନାହାଁନ୍ତି କାରଣ ଗର୍ଲଫ୍ରେଣ୍ଡ ରଖିବା ମହଙ୍ଗା ପଡିଥାଏ । ଆଉ ପତ୍ନୀ ତା’ଠାରୁ ଆହୁରି ଅଧିକ ମହଙ୍ଗା ପଡିଥାଏ । ମୋର ଫିଲ୍ମ ହିଟ୍ ହୋଇଗଲେ ମୁଁ ଝିଅ ଖୋଜିବା ଆରମ୍ଭ କରିବି ।’

ଏହା ବ୍ୟତୀତ ଫୈଜଲ ଭାଇ ଅମୀର ଖାନଙ୍କ ଛାଡପତ୍ର ବିଷୟରେ ମଧ୍ୟ କହିଛନ୍ତି । ଅଭିନେତା କହିଛନ୍ତି, ‘ମୁଁ ତାଙ୍କୁ କୌଣସି ପରାମର୍ଶ ଦେଇ ପାରିବି ନାହିଁ। ମୋ ନିଜ ବିବାହ ତ ଠିକ୍ ରହିଲାନି ମୁଁ କାହାର ବ୍ୟକ୍ତିଗତ ଜୀବନ ଉପରେ କିପରି କମେଣ୍ଟ ଦେବି । ତାଙ୍କ ପାଇଁ କ’ଣ ଠିକ୍ ତାହା ସେମାନେ ଜାଣନ୍ତି। ‘

PunjabKesari

ଏକ ସମୟରେ ଫୈଜଲ ଅମୀର ଖାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଫୈଜଲ କହିଥିଲେ ଯେ ଅମୀର ତାଙ୍କୁ ଘରେ ବନ୍ଦୀ କରି ରଖିଥିଲେ। ସେହି ସମୟରେ ସେ ସ୍କିଜୋଫ୍ରେନିଆ ନାମକ ଏକ ମାନସିକ ରୋଗ ସହ ଲଢେଇ କରୁଥିଲେ। ସେ କହିଥିଲେ ଯେ ତାଙ୍କ ପରିବାର ତାଙ୍କୁ ଜବରଦସ୍ତ ଏକ ବର୍ଷ ପାଇଁ ଔଷଧ ଦେଇଥିଲେ। ତାଙ୍କୁ ମାନସିକ ରୋଗୀ କରି ଦିଆଯାଇଥିଲା । ଫୈଜଲଙ୍କ କହିବାର ଥିଲା ଯେ ଅମୀର ଖାନ ତାଙ୍କ ସମ୍ପତ୍ତି ଏବଂ ଟଙ୍କା ଛଡ଼େଇ ନେବାକୁ ଚାହୁଁଛନ୍ତି।

   Related Posts