ଦିନେ ୬ଷ୍ଠରେ ଫେଲ୍‌ ହୋଇଥିଲେ, ଏବେ IAS ଅଫିସର

Published By : Prameya-News7 Bureau | May 01, 2022 IST

ନୂଆଦିଲ୍ଲୀ ୦୧।୦୫: କଠିନ ପରିଶ୍ରମ ଭେଟିଦିଏ ସଫଳତା। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ଆବଶ୍ୟକ ହୁଏ ନିରନ୍ତର ଚେଷ୍ଟା। ସେମିତି କିଛି ଦୃଢ ଇଚ୍ଛା ଶକ୍ତି ବଳରେ ସଫଳତା ପାଇଛନ୍ତି ରୁକ୍ମଣୀ ରିୟାର୍। ୨୦୧୧ ବ୍ୟାଚର ଆଇଏଏସ୍‌ ରୁକ୍ମଣୀ। ଦିନେ ୬ଷ୍ଠରେ ଫେଲ୍‌ ହୋଇଥିଲେ ଏବେ ବଡ ଅଫିସର।
ରୁକ୍ମଣୀ ରିୟାର୍ ପିଲାଦିନୁ ଜଣେ ମେଧାବୀ ଛାତ୍ରୀ ନଥିଲେ। ଷଷ୍ଠ ଶ୍ରେଣୀରେ ସେ ଥରେ ଫେଲ୍ ହୋଇଥିଲେ। ଏହି ବିଫଳତା ପରେ ସେ ଲୋକମାନଙ୍କ ସହ ଠିକ୍‌ରେ କଥା ହୋଇପାରୁନଥିଲେ। ସାହସର ସହ କାହାକୁ ସାମ୍ନା କରିପାରୁନଥିଲେ। ଲଜ୍ଜିତ ଅନୁଭବ କରୁଥିଲେ। କିଛିଦିନ ମାନସିକ ଚାପରେ ମଧ୍ୟ ରହିଥିଲେ। ପରେ ସେ ଏଥିରୁ ବାହାରିବାର ନିଷ୍ପତ୍ତି ନେଲେ।  ଏବଂ ପାଠ ପଢାରେ ସ୍ବତନ୍ତ୍ର ଧ୍ୟାନ ଦେଲେ।
ରୁକ୍ମଣୀଙ୍କ  ଜନ୍ମ ପଞ୍ଜାବ ଗୁରୁଦାସପୁରରେ। ସେଠାରେ ସେ ପ୍ରାରମ୍ଭିକ ଶିକ୍ଷାଲାଭ କରିଛନ୍ତି। ଦ୍ବାଦଶ ଶ୍ରେଣୀ ପରେ ରୁକ୍ମଣୀ  ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରୁ ସାମାଜିକ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରି ସ୍ବର୍ଣ୍ଣ ପଦକ ହାସନ କରିଥିଲେ।
ତାପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। କଠିନ ପରିଶ୍ରମ କରି ପ୍ରଥମ ପ୍ରୟାସରେ ହେଲେ ସଫଳ।  UPSC ପରୀକ୍ଷା ପାଇଁ ସେ କୌଣସି କୋଚିଂ ସେଣ୍ଟର ମଧ୍ୟ ଯାଇନାହାନ୍ତି। ସେଲ୍ଫ ଷ୍ଟଡି କରି ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ରୁକ୍ମଣୀ। ୨୦୧୧ ବ୍ୟାଚର IAS ସେ। ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ରୁକ୍ମଣୀ  ରିୟର୍ NCERT ବହିରୁ ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିଲେ ଏବଂ ସାକ୍ଷାତକାର ପାଇଁ ପ୍ରସ୍ତୁତ ହେବା ପାଇଁ ପ୍ରତିଦିନ ଖବରକାଗଜ ପଢୁଥିଲେ। ପରୀକ୍ଷା ସମୟରେ ତ୍ରୁଟି କମ୍‌ କରିବାକୁ ମକ୍ ଟେଷ୍ଟରେ ଭାଗ ନେଉଥିଲେ ରୁକ୍ମଣୀ  । ସ୍ନାତକୋତ୍ତର ପରେ ରୁକ୍ମଣୀ ମିସୋରର ଅଶୋଦୟ ଏବଂ ମୁମ୍ବାଇର ଅନ୍ନପୂର୍ଣ୍ଣା ମହିଳା ମଣ୍ଡଳ ଭଳି ଏନଜିଓ ସହିତ କାମ କଲେ। ଏହି ସମୟରେ ତାଙ୍କର ୟୁପିଏସ୍‌ସି ପ୍ରତି ଦୁର୍ବଳତା ଆସିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.