oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

‘ମୋ ସ୍ୱାମୀ ସିରିୟସ୍, ଦିନକୁ ୬୦ ହଜାର ଦରକାର’ : ସମ୍ବେଦନଶୀଳତାର ଫାଇଦା ଉଠାଉଛନ୍ତି କିଛି ଲୋକ, ଠକିବାକୁ ନୂଆ ଚାଲ୍

15/06/2021 at 8:21 AM

ଭୁବନେଶ୍ୱର,୧୫/୦୬: ମୋ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ । କୋଭିଡ୍‌ରୁ ସୁସ୍ଥ ପରେ ତାଙ୍କର ଫୁସଫୁସ୍‌ର ଅନେକାଂଶ ନଷ୍ଟ ହୋଇଯାଇଛି । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସେ ଭେଣ୍ଟିଲେଟର ଅଛନ୍ତି ଓ ଡାଏଲିସିସ୍‌ ବି ଚାଲିଛି । ତାଙ୍କ ଚିକିତ୍ସା ପାଇଁ ଦିନକୁ ୬୦ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେ ଭଲ ହେବାକୁ ୪୦ଲକ୍ଷ ଟଙ୍କା ଦରକାର । ପ୍ଲିଜ୍‌ ତାଙ୍କୁ ସହାୟତା ଯୋଗାନ୍ତୁ । ଚିକିତ୍ସା ପାଇଁ ଫଣ୍ଡ୍‌ ରେଜିଂ ବା କ୍ରାଉଡ୍‌ ଫଣ୍ଡିଂ ଆବେଦନ ପାଇଁ ଥିବା କେଟୋ ୱେବସାଇଟ୍‌ରୁ ମୋବାଇଲ୍‌ରୁ ମୋବାଇଲକୁ ଘୁରି ବୁଲୁଛି ଜଣେ ସ୍ତ୍ରୀଙ୍କ ଏଭଳି କୋହଭରା ନିବେଦନ । ଏପଟେ ବଦାନ୍ୟ ବ୍ୟକ୍ତିମାନେ ସଂପୃକ୍ତ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଜମା କରିଚାଲିଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପାଖାପାଖି ୫ଲକ୍ଷ ଟଙ୍କା ଆଦାୟ ସରିଲାଣି । କିନ୍ତୁ ହସ୍ପିଟାଲରୁ ଅନୁସନ୍ଧାନ ପରେ ଏଭଳି ଆର୍ଥିକ ଆବଶ୍ୟକତା ନିବେଦନ ଅର୍ଦ୍ଧସତ୍ୟ ବୋଲି ଜାଣିବାକୁ ମିଳିଛି । ମହାମାରୀ ସମୟରେ ଲୋକଙ୍କୁ ସମ୍ବେଦନଶୀଳତାର ଫାଇଦା ଉଠାଇ ଅନେକ ଲୋକଙ୍କ ସହାନୂଭୂତି ସାଉଁଟିବାକୁ ଚାହୁଁଛନ୍ତି । ଆଉ କିଛି ଠକ ମଧ୍ୟ ସକ୍ରିୟ ହୋଇ ଏଭଳି ଉପାୟ ଆପଣାଇଲେଣି ।

ଯେଉଁ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ବୋଲି ଅପିଲ୍‌ କରାଯାଉଛି ସେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କର ଡାଏଲିସିସ୍‌ ବି ଚାଲିଛି । ହସ୍ପିଟାଲରେ ଅନୁସନ୍ଧାନରୁ ଜଣାପଡିଛି, ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଦିନକୁ ଅତିବେଶିରେ ଆଇସିୟୁ ଓ ଡାଏଲିସିସ୍‌ ସହିତ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସେ କେଟୋ ୱେବସାଇଟ୍‌ରେ ତାଙ୍କର ୬୦ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ତାଙ୍କ ସ୍ତ୍ରୀ ଦର୍ଶାଇଛନ୍ତି ।

ସେହିଭଳି ଚିକିତ୍ସା ପାଇଁ ୪୦ଲକ୍ଷ ଟଙ୍କା ଆବଶ୍ୟକ ବୋଲି ହସ୍ପିଟାଲ ପକ୍ଷରୁ ଆଦୌ ଆକଳନ କରାଯାଇନଥିବା ସ୍ପଷ୍ଟ କରାଯାଇଛି । କିନ୍ତୁ ଚିକିତ୍ସା ପାଇଁ ୪୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆବଶ୍ୟକ ପଡୁଛି । ଏଥିପାଇଁ ୨୫ଲକ୍ଷ ଟଙ୍କା ତୁରନ୍ତ ଦରକାର ବୋଲି ଅନୁରୋଧ କରାଯାଇଛି । ଏଥିପାଇଁ ଲୋକଙ୍କଠାରୁ ସହାୟତା ମାଗି ଟଙ୍କା ଦେବାକୁ ନିବେଦନ ହୋଇଛି । ଏହି ପୋଷ୍ଟ୍‌ ପଢି ବର୍ତ୍ତମାନସୁଦ୍ଧା ପ୍ରାୟ ବିଭିନ୍ନ ବଦାନ୍ୟ ଲୋକଙ୍କଠାରୁ ପ୍ରାୟ ୫ଲକ୍ଷ ଟଙ୍କା ଆଦାୟ ହୋଇ ସାରିଲାଣି ।

ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ । ଯାହାର ସମ୍ବଳ ନାହିଁ ସେ ଅର୍ଥ ଯୋଗାଡ କରି ଚିକିତ୍ସା କରିବା ସମ୍ଭବ ନୁହେଁ । ଅର୍ଥ ଅଭାବରୁ ଅନେକ ଲୋକେ ଆଖି ବୁଜି ଦେଉଛନ୍ତି । କିନ୍ତୁ ଲୋକଙ୍କ ସହାୟତା ପାଇବା ଆଳରେ ଅନେକ କ୍ଷେତ୍ରରେ ମିଛକୁ ସତ କରି ଦେଖାଯାଉଛି । ସହାୟତା ମାଗିବା କିଛି ପାପ ନୁହେଁ, ହେଲେ ସହାୟତା ଆଶାରେ ମିଛର ସାହାରା ନେବା ଅକ୍ଷମଣୀୟ ବୋଲି ଲୋକଙ୍କ ପାଇଁ ଫଣ୍ଡ ରେଜିଂ କରୁଥିବା କୈଳାସ ଦାସ କହିଛନ୍ତି ।

ଏବେ କୋଭିଡ୍‌ ସମୟରେ ବ୍ୟୟବହୁଳ ଚିକିତ୍ସା ପାଇଁ ଅନେକ ଲୋକଙ୍କର ଅର୍ଥ ଆବଶ୍ୟକ ପଡୁଛି । କିନ୍ତୁ କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଟଙ୍କା କମାଇବା ଉଦ୍ଦେଶ୍ୟରେ ଫଣ୍ଡ୍‌ ରେଜିଂ କାରସାଦି ବି ଚଳାଇଲେଣି । ଏବେ ‘କେଟୋ’ ୱେବସାଇଟ୍‌, ‘ମିଲାପ୍‌’ ଅନଲାଇନ୍‌ କ୍ରାଉଡ୍‌ ଫଣ୍ଡିଂ ପ୍ଲାଟଫର୍ମରେ ଠକେଇ ଆଶଙ୍କା ବି ବଢିଲାଣି । ଲୋକେ ସହାୟତା ଦେବା ସମୟରେ ଠିକ୍‌ରେ ଯାଞ୍ଚ କରି ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ନିଅନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି ।

   Related Posts