ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଦ୍ବନ୍ଦ୍ବ ଜାରି : ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଓ ଶିବସେନା ନେତା

Published By : Prameya-News7 Bureau | October 28, 2019 IST

ମୁମ୍ବାଇ ୨୮/୧୦: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଡୁନି ଅଙ୍କ । ଉଭୟ ନିଜ ନିଜ ଆଭିମୁଖ୍ୟ କଡା କରିବାରେ ଲାଗିଛନ୍ତି । ଆଜି ପୃଥକ ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ଓ ଶିବସେନା ନେତା । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା ନେତା ଦିବାକର ରାଓଟେ ।

{"id":175859}

ଆଲୋଚନା ପାଇଁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇନଥିଲେ ବି ସରକାର ଗଠନ ନେଇ ରାଜ୍ୟପାଳ ଉଭୟ ଦଳର ନେତାଙ୍କ ସହ ଆଲୋଚନା କରିପାରନ୍ତି । ବୈଠକରେ ଶିବସେନା ନିଜର ଅଭିମୁଖ୍ୟ ସ୍ପଷ୍ଟ କରିପାରେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ନେଇ ୫୦-୫୦ ଫର୍ମୁଲାରେ ଅଟଳ ରହିଛନ୍ତି । ବିଜେପି ଓ ଶିବସେନା ଅଢେଇ ବର୍ଷ ଲେଖାଁଏ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ବୋଲି ସେ ଦାବି କରୁଛନ୍ତି ।

{"id":175860,"width":588,"height":342}

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ ବିଧାନସଭାରେ ବିଜେପି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । ସରକାର ଗଠନ ପାଇଁ ସହଯୋଗୀ ଶିବସେନାର ସମର୍ଥନ ଜରୁରୀ ଥିଲେ ବି ଦଳ ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବାରୁ ସରକାର ଗଠନରେ ବିଳମ୍ବ ଦେଖାଦେଇଛି । ତେବେ ବିଜେପି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.