ନବାବ ମଲ୍ଲିକଙ୍କ ଜବାବ ରଖିଲେ ଦେବେନ୍ଦ୍ର ଫଡନବୀଶ, କହିଲେ ଦିବାଲୀ ପର୍ଯ୍ୟନ୍ତ ଅପେକ୍ଷା କର, କରିବି ବଡ଼ ଧମାକା

Published By : Prameya-News7 Bureau | November 01, 2021 IST

ମୁମ୍ବାଇ ୧।୧୧: ମହାରାଷ୍ଟ୍ରରେ ଡ୍ରଗ୍ସକୁ ନେଇ ରାଜନୀତି ଏବେ ଚରମ ସୀମାକୁ ପହଞ୍ଚିଛି। ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ ଏବେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସୁରକ୍ଷା ଦେଉଥିବା ବିଜେପି ନେତାଙ୍କୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ମଲ୍ଲିକ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପଡନବୀଶଙ୍କ ଉପରେ ଗୁରୁତର ଆରୋପ ଲଗାଇବା ସହ କିଛି ଫଟୋ ଜାରି କରିଛନ୍ତି। ଯେଉଁଥିରେ  ଫଡନବୀଶଙ୍କ ପତ୍ନୀ ଅମୃତାଙ୍କୁ ନିଶା ମାଫିଆ ଜୟଦୀପ ରାଣାଙ୍କ ସହ ଦେଖା ଯାଇଛି।

wp:embed {"url":"https://twitter.com/nawabmalikncp/status/1454999159740657674","type":"rich","providerNameSlug":"twitter","responsive":true}
https://twitter.com/nawabmalikncp/status/1454999159740657674
/wp:embed

ଏଥିରେ ନବାବ ମଲ୍ଲିକ ଦେବେନ୍ଦ୍ର ଫଡନବୀଶଙ୍କ ରାଜରେ ନିଶା ମାଫିଆଙ୍କୁ ସଂରକ୍ଷଣ ମିଳିଥିବା ଓ ସେମାନଙ୍କ ସହ ପାରିବାରିକ ସମ୍ପର୍କ ବି ଗଢି ଥିବାର ଗୁରୁତର ଆରୋପ ଲଗାଇଛନ୍ତି। ଏହାର ସିବିଆଇ ଯାଞ୍ଚ ଲାଗି ମଲ୍ଲିକ ଦାବି କରିବା ପରେ ଏବେ ଫଡନବୀଶ ତାଙ୍କର ଜବାବ ରଖିଛନ୍ତି। ମଲ୍ଲିକଙ୍କ ଅଭିଯୋଗକୁ ସେ ହାସ୍ୟସ୍ପଦ କହିଛନ୍ତି। ସେ କହିଛନ୍ତି ଯେ ଯାହାଙ୍କ ସମ୍ପର୍କ ସିଧା ଅଣ୍ଡରୱାର୍ଲଡ ସହ ସେ ମୋ ନେଇ କଥା ନ ହେବା ଭଲ। ଏହି ଫଟୋଟି ୪ ବର୍ଷ ପୂର୍ବର ଓ ରିଭର ଆନ୍ଥେମ ଟିମ୍‌ ଉଠାଇଥିଲେ। ମଲ୍ଲିକ ଜାଣିଶୁଣି ମୋ ପତ୍ନୀଙ୍କ ଫଟୋ ଟ୍ୱିଟ୍‌ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/Dev_Fadnavis/status/1455059282928435203","type":"rich","providerNameSlug":"twitter","responsive":true}
https://twitter.com/Dev_Fadnavis/status/1455059282928435203
/wp:embed

ଫଡନବୀଶ ଉଲ୍ଲେଖ କରିଛନ୍ତି ଯେ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଏକ ବଡ ବୋମା ବିସ୍ପୋରଣ କରିବି । ସେପଟେ ନବାବ ମଲ୍ଲିକ ଦାବି କରିଛନ୍ତି ଯେ ଜୟଦୀପର ରାଣା ସେହି ବ୍ୟକ୍ତି ଯିଏ ଅମୃତା ଫଡନବୀଶଙ୍କ ମ୍ୟୁଜିକ ଭିଡିଓ ଲାଗି ଫାଇନାନ୍ସ କରିଥିଲେ। ‘ରିଭର ସଙ୍ଗ’ ନାମକ ଏହି ମ୍ୟୁଜିକ ଭିଡିଓରେ ଅମୃତା ଫଡନବୀଶ ଅଭିନୟ କରିବା ସହ ସୋନୁ ନିଗମଙ୍କ ସାଙ୍ଗରେ ଗୀତ ମଧ୍ୟ ଗାଇଥିଲେ।  ଫଟୋରେ ଅମୃତା, ଜୟଦୀପଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଅର୍ଥମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର ମଧ୍ୟ ଦେଖାଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.