ଅଜିତ୍‌ ପାଓ୍ୱାର ଦେଲେ ଇସ୍ତଫା, ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କଲେ ଫଡନାଭିସ୍‌- ଶିବସେନାକୁ କଡା ସମାଲୋଚନା କଲେ

Published By : Prameya-News7 Bureau | November 26, 2019 IST

ମୁମ୍ବଇ ୨୬।୧୧- ସୁପ୍ରିମକୋର୍ଟଙ୍କ ରାୟପରେ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ପରୀକ୍ଷା ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଏନ୍‌ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ।

ମଙ୍ଗଳବାରରେ ଏହି ମାମଲାର ଶୁଣାଣୀରେ ସୁପ୍ରିମକୋର୍ଟ ବୁଧବାରରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ନିର୍ଦେଶ ଦେଇଥିଲେ । ଇସ୍ତଫା ଦେବା ପୂର୍ବରୁ ଫଡନାଭିସ୍‌ ଶିବସେନାକୁ କଡା ସମାଲୋଚନା କରିଛନ୍ତି । ସେ ନୂଆକରି ସରକାର ଗଠନ କରୁଥିବା ନେତାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ବିରୋଧୀ ଦଳରେ ବସି ସେ ବିପକ୍ଷର ଭୂମିକା ନିର୍ବାହ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.