ଵାଲାକୋଟର ଆତଙ୍କୀ କ୍ୟାମ୍ପର ୬ଟି ବିଲଡିଂରେ ଥିଲେ ୬୦୦ ଆତଙ୍କବାଦୀ : ପାକିସ୍ତାନ ଦେଉଥିଲା ଟ୍ରେନିଂ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଆଝାର ଵାଲାକୋଟରେ ଏକ ୩ ଷ୍ଟାର ବିଲଡିଂ ନିର୍ମାଣ କରିଥିଲା | ସେଠାରେ ମୋଟ ୬୦୦ ଆତଙ୍କୀ ୫ରୁ ୬ଟି ବଡ ବଡ ବିଲଡିଂରେ ରହୁଥିଲେ | ଏହି ଆତଙ୍କୀ କ୍ୟାମ୍ପ କୌଣସି କାଚ ଘରଠାରୁ କମ ନଥିଲା | ସେଠାରେ ସମସ୍ତ ସୁବିଧା ରହିଥିଲା | ପାକିସ୍ତାନର ମାନସେହରା ନାରନ ଜଲଖଣ୍ଡ ରୋଡ଼ରେ ଥିଲା ଏହି କ୍ୟାମ୍ପ | ସେଠାରେ ଆତଙ୍କବାଦୀଙ୍କୁ ମଦ୍ରାସା ଆୟେସା ସାଦିକ ନାଁରେ ଆତଙ୍କୀ ହମଲା ପାଇଁ ଟ୍ରେନିଂ ଦିଆଯାଉଥିଲା | ଆତଙ୍କବାଦୀଙ୍କ ବ୍ରେନୱାସ କରି ତାଙ୍କୁ ଆତଙ୍କୀ ଟ୍ରେନିଂ ତଥା ଆତ୍ମଘାତୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିଲା | ଏହି ଆତଙ୍କୀ କ୍ୟାମ୍ପର ସମ୍ପୂର୍ଣ ବିବରଣୀ ଭାରତୀୟ ଗୁଇନ୍ଦା ସଂସ୍ଥା ପାଖରେ ଅଛି |

{"id":90813}

ମୁଜାଫରଵାଦର 'ସବାଇ ନାଲା' ରେ ଥିବା ଜୈସର ଅଫିସରେ ପ୍ରଥମେ ଆତଙ୍କବାଦୀଙ୍କୁ ବଛା ଯାଉଥିଲା | କିଏ କେଉଁ କାମ ପାଇଁ ଯୋଗ୍ୟ ସେନେଇ ଭିନ୍ନ ଭିନ୍ନ ଗ୍ରୁପରେ ଭାଗ କରାଯାଉଥିଲା | ଏହାପରେ ସେମାନଙ୍କ ପାଇଁ ଅନୁମତି ପତ୍ର ପ୍ରସ୍ତୁତ କରାଯାଉଥିଲା | ଏହାପରେ ମୁଜାଫରଵାଦରେ ଥିବା ଆତଙ୍କୀ କମାଣ୍ଡର ଏଥିରେ ଦସ୍ତଖତ କରୁଥିଲା | ଦସ୍ତଖତ କରାଯାଇଥିବା ଅନୁମତି ପତ୍ର ଏମାନଙ୍କୁ ଦିଆଯାଉଥିଲା | ଏହି ଚିଠି ବା ଅନୁମତି ପତ୍ରରେ 'ଅଲ ରହମତ ଟ୍ରଷ୍ଟ' ର ଷ୍ଟାମ୍ପ ଲଗାଯାଉଥିଲା | ଏହି ଷ୍ଟାମ୍ପ ଲାଗିବ ମାତ୍ରେ ସେହି ଆତଙ୍କବାଦୀ ଜୈସ ସଂଗଠନରେ ସାମିଲ ହେଲା ବୋଲି ସ୍ପଷ୍ଟ ହେଉଥିଲା |

{"id":90814}


୬ ଏକର ବିଶିଷ୍ଟ ଵାଲାକୋଟର ମୁଖ୍ୟ ଟ୍ରେନିଂ କ୍ୟାମ୍ପ ମଦ୍ରାସା ନିକଟରେ ଥିଲା | ଏହି ମଦ୍ରାସାର ଦୁଇଟି କବାଟ ଥିଲା | ଏହି ମଦ୍ରାସାରେ 'ଶିଶ ମହଲ' ଏବଂ 'ମସକିନ ମହଲ' ନାମକ ୨ଟି ଗୁରୁତ୍ଵପୁର୍ଣ ଜାଗା ଥିଲା | ପାକିସ୍ତାନୀ ସେନା ଏବଂ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ ସେଠାରେ ରହୁଥିବା ଆତଙ୍କବାଦୀଙ୍କୁ ୩ ଷ୍ଟାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ଯେଭଳି ସେମାନେ ସେଠାରୁ କୁଆଡେ ନଯାଆନ୍ତୁ |

{"id":90815}


ସେଠାରେ ଆତଙ୍କୀ କମାଣ୍ଡରଙ୍କ ସହିତ ମାସୁଦ ଆଝାର ଏବଂ ତାର ଭାଇ ଅବଦୁଲ ରାଉଫ ଆତଙ୍କବାଦୀଙ୍କ ବ୍ରେନୱାସ କରୁଥିଲେ | ପାକିସ୍ତାନ ସେନାର ଅବସରପ୍ରାପ୍ତ ଅଫିସର ଏବଂ ଆଇଏସଆଇ ଵାଲାକୋଟର ଏହି କ୍ୟାମ୍ପରେ ଥିବା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ | ଏମାନେ ଆତଙ୍କବାଦୀଙ୍କୁ ଗରିଲା ଯୁଦ୍ଧ ଟ୍ରେନିଂ ମଧ୍ୟ ଦେଉଥିଲେ | ଵାଲାକୋଟର ଏହି କ୍ୟାମ୍ପରେ ସବୁବେଳେ ଅତିକମରେ ୫୦ ଆତଙ୍କବାଦୀ ଟ୍ରେନିଂ ନେଉଥିଲେ | ସେମାନଙ୍କ ମଧ୍ୟରୁ ୨୦ରୁ ୨୫ ଆତ୍ମଘାତୀ ହମଲା କରୁଥିବା ଆତଙ୍କବାଦୀ ଥିଲେ |

{"id":90816,"width":576,"height":320}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.