ସୁପରଷ୍ଟାର ଅଜୟ ଦେବଗନଙ୍କ ପୁଅ ଭାରି ଦୁଷ୍ଟ, ଜାଣନ୍ତୁ ତାଙ୍କ ବିଷୟରେ
12/01/2019 at 3:13 PM

ମୁମ୍ବାଇ୧୨|୧: ବି ଟାଉନର ଏବେ ଆଉ ଏକ ଷ୍ଟାର କିଡ ଚର୍ଚ୍ଚାରେ । ଚର୍ଚ୍ଚିତ ଷ୍ଟାର କିଡଙ୍କ ନାଁ ୟୁଗ ଦେବଗନ। ବାସ୍ତବରେ ୟୁଗ ଦେବଗନ ହେଉଛନ୍ତି ଅଜୟ ଦେୱଗନଙ୍କର ଏକ ମାତ୍ର ପୁଅ। କିନ୍ତୁ ୟୁଗଙ୍କୁ ଦେଖିଲେ ବିଶ୍ୱାସ କରିବା କଷ୍ଟ ଯେ ସେ ସୁପରଷ୍ଟାର ଅଜୟ ଦେୱଗନଙ୍କ ପୁଅ। କାରଣ ୟୁଗ ଜଣେ ସାଧାରଣ ପିଲା ଭଳି ଦେଖାଯାଆନ୍ତି। କୋଟି କୋଟି ଟଙ୍କା ସମ୍ପତ୍ତି ମାଲିକଙ୍କ ପୁଅ, କିନ୍ତୁ ଅତି ସାଧାରଣ ଚଳଣି ସମସ୍ତଙ୍କୁ ତାଜୁବ କରେ । କାଜୋଲ ମଧ୍ୟ ଦେଖିବାକୁ ଅପସରା ଭଳି ଓ କାରବାର ବି ଖାନଦାନୀ କିନ୍ତୁ ପୁଅ ଏମିତି ହେବାର କାରଣ ଜାଣନ୍ତୁ।

ଅଜୟ ଦେୱଗନ ଓ କାଜୋଲଙ୍କ ଲଭଷ୍ଟୋରି କମାଲ ଥିଲା। ବିବାହ ପରେ ଉଭୟଙ୍କର ଝିଅ ନ୍ୟାସା ଦେୱଗନ ଜନ୍ମ ହୋଇଥିଲା। କିଛି ବର୍ଷ ପରେ ୟୁଗ ଜନ୍ମ ହୋଇଥିଲେ। ପିଲା ବେଳୁ ୟୁଗ ଦେୱଗନ ଭାରି ଦୁଷ୍ଟ। ସେ ତାଙ୍କ ବାପା କି ମା ଭଳିଆ ହୋଇନାହାନ୍ତି।

ନୂଆ ବର୍ଷ ପାଳନ କରିବା ପାଇଁ ଅଜୟ ତାଙ୍କ ପରିବାର ସହ ବିଦେଶ ଯାଇଥିଲେ। ୟୁଗଙ୍କ ଦୁଷ୍ଟାମି ସବୁବେଳେ ଚର୍ଚ୍ଚାରେ ଥାଏ। ଏୟରପୋର୍ଟରେ ମଧ୍ୟ ସେ ବହୁତ ଦୁଷ୍ଟାମୀ କରୁଥିଲେ ଯାହା କ୍ୟାମେରାରେ ରେକର୍ଡ ହୋଇଥିଲା। ଏହା ଦେଖିଲା ପରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିଲେ।

ନ୍ୟାସା ଦେୱଗନ ତାଙ୍କ ଶ୍ୟାମଳବର୍ଣ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ । ଦର୍ଶକମାନେ ଅଜୟ ଦେୱଗନଙ୍କ ଝିଅଙ୍କୁ ଦେଖି ବିଚିତ୍ର କଥା କହିଥିଲେ କାରଣ ସେ ଅନ୍ୟ ଷ୍ଟାର କିଡଙ୍କ ଭଳି ଗୋରି ଚିଟ୍ଟୀ ନୁହଁ। କଳା କିମ୍ୱା ଗୋରାରେ ଭେଦଭାବ କରିବା ଅନୁଚିତ୍, ଏହା ସବୁ ଭଗବାନଙ୍କ ହାତରେ ଥାଏ। ସୋସିଆଲ ମିଡିଆରେ ନ୍ୟାସାଙ୍କର ସବୁ ଫଟୋ ଭାଇରାଲ ହୋଇଥାଏ। କାରଣ, ବାସ୍ତବରେ ଅଜୟ ଦେୱଗନଙ୍କ ପରିବାର ବିଷୟରେ ଜାଣିବାକୁ ଲୋକମାନେ ସବୁବେଳେ ରୁଚି ରଖନ୍ତି।

ଅଜୟ ତାଙ୍କ ଫିଲ୍ମି କ୍ୟାରିଅରରେ ଚର୍ଚ୍ଚାରେ ରୁହନ୍ତି। ଆଜି ମଧ୍ୟ ସେ ଜଣେ ସୁପରଷ୍ଟାର ଭାବେ ଜଣା ଶୁଣା। ଆସନ୍ତା ଚଳଚ୍ଚିତ୍ର ଟୋଟାଲ ଧମାଲରେ ଅଜୟଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ଧମାଲର ସିକ୍ୱେଲ ଟୋଟାଲ ଧମାଲ ବ୍ଲକବଷ୍ଟର ହିଟ ହେବ। କାରଣ ପ୍ରଥମ ଥର ପାଇଁ ରୋହିତ୍ ଶେଟ୍ଟୀଙ୍କ ଫିଲ୍ମରେ ଅଜୟଙ୍କୁ ଦେଖିବାକୁ ମିଳିବ।
Related Posts
ମନ୍ଦିରରେ ପଶି ଉତ୍ପାତ କଲା ଦନ୍ତା; ହାତୀ ଆକ୍ରମଣରେ କର୍ମଚାରୀ ଗୁରୁତର
27 January 2023
ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ; ମୃତ ଘୋଷଣା କଲେ ଡାକ୍ତର
27 January 2023