ବର୍ଷାରେ ବେହାଲ ଚଣ୍ଡିଖୋଲ; ଦୋକାନ ଭିତରେ ପଶିଲା ପାଣି

Published By : Prameya-News7 Bureau | September 25, 2022 IST

ଯାଜପୁର ୨୫।୯: ବର୍ଷାରେ ବେହାଲ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ।   ବର୍ଷାରେ  ଚଣ୍ଡିଖୋଲ ଛକରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସାଧାରଁ ଲୋକେ ଓ ବ୍ୟବସାୟୀ।  ବର୍ଷାରେ ରାସ୍ତାରେ ପାଣି ଚାଲୁ ଥିବା ବେଳେ ଦୋକାନ ଭିତରେ ମଧ୍ୟ ପାଣି ପଶି ଯାଇଥିଲା। ଏହା କେବଳ ଗୋଟିଏ ଦିନ ଘଟଣା ନୁହେଁ ବର୍ଷା ହେଲେ ଏହି ଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଚଣ୍ଡିଖୋଲ ବ୍ୟବସାୟୀମାନେ।

 ଚଣ୍ଡିଖୋଲ ଛକରେ ଥିବା ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି। ଆଉ ରାସ୍ତା ପାଣିର ସୁଅ ଛୁଟୁଥିବାବେଳେ ଦୋକାନରେ ପଶି ଯାଉଛି ପାଣି।  ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି ଯେ ଗତକାଲି ପ୍ରବଳ ବର୍ଷା ଯୋଗୁ ଚଣ୍ଡିଖୋଲ ଛକରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକେ ଓ ବ୍ୟବସାୟୀମାନେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.