"ପରିକ୍ରମା" ଆନୁକୁଲ୍ୟରେ ମେଧା ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

Published By : Prameya-News7 Bureau | October 04, 2020 IST

ରାଇରଙ୍ଗପୁର ୦୪।୧୦: ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ "ପରିକ୍ରମା" ଆନୁକୂଲ୍ୟ ରେ ମେଧା ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ତଥା ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ।

ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ମୋମେଣ୍ଟ ଓ ଗୋଟେ ଲେଖାଏଁ ନିମ୍ବ ଗଛ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର DFO ଡାକ୍ତର ଅରୁଣ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ ହେବା ସହିତ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ। ପରିକ୍ରମାର ଆବାହକ ବରିଷ୍ଠ ସାମ୍ୱାଦିକ ମନୋଜ ଦାସଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପରିକ୍ରମାର ଏପରି କାର୍ଯ୍ୟକୁ ଉପସ୍ଥିତ ଅତିଥିମାନେ ବହୁତ ପ୍ରସଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.