ସତର୍କ ରହନ୍ତୁ ଫେସବୁକ୍ ୟୁଜର୍ସ : ୩ କୋଟି ଲୋକଙ୍କ ଡାଟା ହେଲାଣି ଚୋରୀ

Published By : Prameya-News7 Bureau | October 13, 2018 IST

ୱାସିଂଟନ ୧୩|୧୦: ପ୍ରାୟ ୨. ୯କୋଟି ଫେସବୁକ ୟୁଜର୍ସଙ୍କ ଡାଟା ହ୍ୟାକ  ହୋଇଛି । ଗତ ମାସରେ ଏହି ଡାଟା ଚୋରି ହୋଇଛି | ଏବେ ପ୍ରାୟ ୫କୋଟି ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ ହେବା ପରେ ଫେସବୁକ ଏହି ତଥ୍ୟ ପ୍ରକାଶ କରିଛି | ସୋସିଆଲ ନେଟୱାର୍କ ସାଇଟରେ ଫେସବୁକ ଶୁକ୍ରବାର ଏକ ବ୍ଲଗ ପୋଷ୍ଟରେ ଏହି ତଥ୍ୟ ଦଦେଇଛି।  ଗତ ସେପ୍ଟେମ୍ବର ମାସରେ ଫେସବୁକ କହିଥିଲା ଯେ, ହ୍ୟାକର ୫କୋଟି ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ କରିବା ପାଇଁ ଚେଷ୍ଟା କରିଥିଲେ | ଏହା ପରେ କମ୍ପାନୀ ଦ୍ୱାରା ପ୍ରଭାବିତ ହୋଇଥିବା ଫେସବୁକ ଆକାଉଣ୍ଟର ସମ୍ପୂର୍ଣ ତଥ୍ୟ ମାଗିଥିଲେ । ୨. ସୋସିଆଲ ନେଟୱର୍କିଙ୍ଗ ପ୍ଲାଟଫର୍ମ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ହ୍ୟାକର ପାଖାପାଖି ୧.୫ କୋଟି ୟୁଜର୍ସଙ୍କ ନାଁ ଓ ଆକାଉଣ୍ଟର ସମ୍ପୂର୍ଣ ତଥ୍ୟ ଚୋରି କରିଥିଲେ | ଏହା ଛଡା ୧.୪ କୋଟି ୟୁଜର୍ସଙ୍କ ନାଁ ଏବଂ ଆକାଉଣ୍ଟ ଡିଟେଲ ସହିତ ତାଙ୍କ ପ୍ରୋଫାଇଲର ସମସ୍ତ ତଥ୍ୟ ହ୍ୟାକ କରିଥିଲେ | ୩. ଫେସବୁକ କହିବା ଅନୁଯାୟୀ, ହ୍ୟାକର ୟୁଜର୍ସଙ୍କ ୟୁଜର ନାଁ, ଭାଷା, ଧର୍ମ, ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଏବଂ ଶେଷ ଥର ପାଇଁ ବୁଲିବାକୁ ଯାଇଥିବା ୧୦ ଟି ଜାଗାର ଡିଟେଲ ଚୋରି କରିଥିଲେ | ୪. କମ୍ପାନୀ ନିଜ ପୋଷ୍ଟରେ କହିଛି ଯେ, ଏଫବିଆଇ ଏହି ମାମଲାର ଯାଞ୍ଚ କରୁଛି | ଆମେ ପୁରା ସହଯୋଗ କରିବୁ ବୋଲି କହିଛି କମ୍ପାନୀ | ଗତ ମାସରେ ୫କୋଟି ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିବା ପରେ କମ୍ପାନୀ ନ୍ୟୁ ୟୁଜର ଫିଚର ହଟାଇଦେଇଥିଲା | ୫. କମ୍ପାନୀ କହିବା ଅନୁସାରେ ହ୍ୟାକର ନ୍ୟୁ ୟୁଜର ଫିଚର ଜରିଆରେ ଫେସବୁକ ଟୋକନ ଚୋରି କରିଥିଲେ | ଏହା ଜରିଆରେ ହ୍ୟାକର ଅନ୍ୟ ମାନଙ୍କ ଆକାଉଣ୍ଟ ହ୍ୟାକ କରିକି ଡାଟା ଚୋରି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.