ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଫେସବୁକ୍ ଆରମ୍ଭ କଲା ନିଜର ସମ୍ବାଦ ସେବା : ଏହି ୪ଟି ବିଭାଗରେ ପଢ଼ିପାରିବେ ଖବର

26/10/2019 at 1:46 PM

ନୂଆଦିଲ୍ଲୀ ୨୬/୧୦: ଲୋକପ୍ରିୟ ସୋଶିଆଲ ସାଇଟ୍ ଫେସବୁକ୍ ନିଜର ସମ୍ବାଦ ସେବା ଆରମ୍ଭ କରିଛି। ଏଥିପାଇଁ ଫେସବୁକ୍ କିଛି ବଛାବଛା ସମ୍ବାଦ ପ୍ରକାଶିତ କରୁଥିବା ସଂସ୍ଥା ସହ ଚୁକ୍ତି କରିଛି। ଏହି ସେବା ପାଇଁ ଫେସବୁକ୍ ଏକ ଅଲଗା ଏବଂ ନୂଆ ଟ୍ୟାବ୍ ଦେବ। ବର୍ତ୍ତମାନ, ଏହି ସେବା କେବଳ ଆମେରିକାରେ ୨୦୦,୦୦୦ ବ୍ୟବହାରକାରୀଙ୍କୁ ଦିଆଯିବ, ଯାହା ଦ୍ବାରା ଏହାର ପରୀକ୍ଷଣ କରାଯାଇପାରିବ।

ସୂଚନା ଅନୁଯାୟୀ, ଏହି ସେବାକୁ ଏବେ ୪ଟି ପ୍ରକାଶନ ବିଭାଗ ସହ ଆରମ୍ଭ କରାଯାଇଛି। ଏହି ବିଭାଗଗୁଡ଼ିକ ହେଉଛି ସାଧାରଣ (ଜେନେରାଲ୍) ,ସାମୟିକ(ଟପିକାଲ),ବିବିଧ(ଡାଇଭର୍ସ) ଏବଂ ସ୍ଥାନୀୟ(ଲୋକାଲ) ସମାଚାର।

ଫେସବୁକ୍ ନିଜ ସମ୍ବାଦ ସେବା ଆରମ୍ଭରେ ଦ ନିୟୁଅର୍କ ଟାଇମସ, ଦ ଲସ୍ ଏଞ୍ଜେଲସ୍ ଟାଇମ୍ସ,ବ୍ଲୁମବର୍ଗ ମିଡିଆ,ୟୁଏସଏ ଟୁଡେ ପବ୍ଲିସର ଗୈନେଟ୍ କର୍ପୋରେଶ ଭଳି ନ୍ୟୁଜ ଓ୍ବେବସାଇଟକୁ ଲାଇସେନ୍ସ ଫିସ୍ ଦେବ। ଏହା ସହିତ କମ୍ପାନୀ ୨୦୦ଟି ନ୍ୟୁଜ ସାଇଟ୍ସ ଆଡ କରିବାକୁ ବିଚାର କରୁଛି।

ଫେସବୁକ୍ ପେଜରେ ବିଜ୍ଞାନ ଏବଂ ଯାନ୍ତ୍ରିକ କୌଶଳ,ଖେଳ,ମନୋରଞ୍ଜନ,ବ୍ୟବସାୟ,ସ୍ବାସ୍ଥ୍ୟ ଭଳି ଅନ୍ୟାନ୍ୟ ସେକ୍ସନ ରହିବ। ଗ୍ରାହକଙ୍କୁ ଏହି ପ୍ଲାଟଫର୍ମରେ ନ୍ୟୁଜ ସବସକ୍ରିପସନକୁ କିଣିବାର ସୁବିଧା ମିଳିବ। ସୋଶିଆଲ ମିଡିଆ କମ୍ପାନୀ ଏହି ସେକ୍ସନ ପାଇଁ ନିଜର ଏକ ଟିମ୍ ରଖିବ,ଯାହା ଦିନସାରା ଗୁରୁତ୍ବପୂର୍ଣ୍ଣ ଖବରଗୁଡ଼ିକୁ ଚିହ୍ନିତ କରିବ।

ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ ‘କ୍ବାଲିଟି ଜର୍ଣ୍ଣାଲିଜମ୍’କୁ ପ୍ରୋତ୍ସାହିତ କରିବା ପାଇଁ ଫେସବୁକ୍ ନ୍ୟୁଜ ସେକ୍ସନର ଆରମ୍ଭ କରିଛନ୍ତି। ମାର୍କଙ୍କ ଏହି ନିଷ୍ପତ୍ତି ଯୋଗୁଁ ସୋଶିଆଲ ମିଡିଆରେ ଫେକ୍ ନ୍ୟୁଜ ଉପରେ ରୋକ ଲାଗିବ। ଆଶା କରାଯାଉଛି ଯେ ଫେସବୁକର ନ୍ୟୁଜ ସେକ୍ସନ ସଠିକ୍ ଖବର ଗ୍ରାହକଙ୍କ ପାଖକୁ ପହଞ୍ଚାଇବ।

   Related Posts