ନୂଆଦିଲ୍ଲୀ୧୪/୧୧: ସୋସିଆଲ ନେଟଓ୍ବାର୍କିଂ ପ୍ଲାଟଫର୍ମ ଫେସବୁକ୍ରେ ତିଆରି ହୋଇଥିବା ଫେକ୍ ଆକାଉଣ୍ଟ ବିରୋଧରେ ଫେସବୁକ୍ ଏକ ବଡ଼ ପଦକ୍ଷେପ ନେଇଛି। ଚଳିତ ବର୍ଷ ୫.୪ ବିଲିୟନ ଫେକ୍ ଆକାଉଣ୍ଟକୁ ଫେସବୁକ୍ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିବା କଥା ଏଏଫପି (Agence France-Presse) ସୂଚନା ଦେଇଛି। ସୂଚନା ଅନୁସାରେ ଏପ୍ରିଲ ଓ ସେପ୍ଟେମ୍ବର ମଧ୍ୟରେ ମାସ ମଧ୍ୟରେ ଫେସବୁକ୍ ୩.୨ ବିଲିୟନ ଫେକ୍ ଆକାଉଣ୍ଟକୁ ହଟାଇ ଦେଇଛି।
ଫେସବୁକ୍ର ସୂଚନା ଅନୁସାରେ ଫେକ୍ ଆକାଉଣ୍ଟକୁ ଅତି ସହଜରେ ଚିହ୍ନଟ ଲାଗି ଏକ ନୂଆ ଟେକ୍ନିକ୍ ରହିଛି। ଡିଟେକ୍ସନ ସିଷ୍ଟମ(Detection system) ସାହାର୍ଯ୍ୟରେ ଫେକ୍ ଆକାଉଣ୍ଟ ତିଆରି ଉପରେ ଅଙ୍କୁଶ ଲାଗିବା ସହ ଚିହ୍ନଟ ହୋଇପାରିବ। ୟୁଜର୍ସଙ୍କୁ ଧୋକା ଦେବା ପାଇଁ ତିଆରି ହେଉଥିବା ଫେକ୍ ଆକାଉଣ୍ଟକୁ ହଟାଇବା ପାଇଁ ଫେସ୍ବୁକ୍ ମୋଟା ଅଙ୍କର ପୁଞ୍ଜି ନିବେଶ କରିଛି। ବିଶେଷକରି ରାଜନୀତି ଓ ସାମାଜିକ ଏଜେଣ୍ଡାକୁ ନେଇ ଫେସବୁକ୍ରେ ବିଭ୍ରାନ୍ତିକର ପୋଷ୍ଟ କରାଯାଉଛି। ଏଥିସହ ବିଭ୍ରାନ୍ତିକର ପୋଷ୍ଟ କରୁଥିବା ୟୁଜର୍ସଙ୍କ ଆକାଉଣ୍ଟକୁ ହଟାଇ ଦିଆଯିବ ବୋଲି ଫେସବୁକ୍ ସୂଚନା ଦେଇଛି।
ଚଳିତ ବର୍ଷ ଆରମ୍ଭରୁ ଫେସବୁକ୍ ୨.୨ ବିଲିୟନ ଫେକ୍ ଆକାଉଣ୍ଟକୁ ହଟାଇ ଦେଇଛି। ସେହିପରି ୨୦୧୮ ମସିହାରେ ସୋସିଆଲ ପ୍ଲାଟଫର୍ମରୁ ୫୮୩ ବିଲିୟନ ଫେକ୍ ଆକାଉଣ୍ଟ ହଟାଇ ଦିଆଯାଇଥିଲା। ଫେକ୍ ଆକାଉଣ୍ଟ କରି ଭୁଲ ପୋଷ୍ଟ କରୁଥିବା ୟୁଜର୍ସଙ୍କ ଆକାଉଣ୍ଟ ଏହି ପ୍ଲାଟଫର୍ମରୁ ହଟାଇ ଦିଆଯିବ ବୋଲି ଫେସବୁକ୍ ସୂଚନା ଦେଇଛି।