scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ମେଟା’ରେ ବଡ଼ ଧରଣର ଛଟେଇ, ୧୧ ହଜାର କର୍ମଚାରୀଙ୍କୁ ବାହାର କଲା କମ୍ପାନୀ, ଜୁକରବର୍ଗ କହିଲେ ‘Sorry’

9/11/2022 at 6:57 PM

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇତିହାସରେ ପ୍ରଥମ । କର୍ମଚାରୀଙ୍କୁ ଶକ୍ତ ଝଟ୍‌କା ଦେଲା ‘ମେଟା’ । ଫେସବୁକ୍ ମୂଳ କମ୍ପାନୀ ‘ମେଟା’ରେ ବଡ଼ ଧରଣର ଛଟେଇ ହୋଇଛି। ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି କମ୍ପାନୀ । ଏନେଇ ଏକ ବ୍ଲଗ୍ ପୋଷ୍ଟ କରି ସୂଚନା ଦେଇଛନ୍ତି ‘ମେଟା’ର କାର୍ଯ୍ୟକାରୀ ଅଧ୍ୟକ୍ଷ ମାର୍କ ଜୁକରବର୍ଗ। ସେ ନିଜର କୁଶଳୀ କର୍ମଚାରୀଙ୍କୁ ବାହାର କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

ବୁଧବାର କର୍ମଚାରୀଙ୍କୁ ଛଟେଇ ନେଇ ‘ମେଟା’ରେ ପକ୍ଷକୁ ଯୋଜନା ହୋଇଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂଆ ମାର୍ଗଦର୍ଶିକା, ବିଜ୍ଞାପନରୁ ରାଜସ୍ବ କମିବା ଓ ମେଟାବର୍ସ ପ୍ରକଳ୍ପ ପାଇଁ କମ୍ପାନୀ ପକ୍ଷରୁ ଏହି କଠିନ ନିଷ୍ପତ୍ତି ନିଆଯାଇଛି । କଷ୍ଟ୍ କଟିଂ ମାଧ୍ୟମରେ କମ୍ପାନୀର କର୍ମଚାରୀ ଅକାରକୁ ୧୩ ପ୍ରତିଶତ ହ୍ରାସ କରାଯାଇଛି । ଫଳରେ ୧୧ ହଜାରରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।  

ଜୁକରବର୍ଗଙ୍କ କହିବା ଅନୁଯାୟୀ, ଛଟେଇ ପୂର୍ବରୁ କର୍ମଚାରୀଙ୍କୁ ମୂଳ ବେତନ ହିସାବରେ ୧୬ ସପ୍ତାହର ଦରମା ଦିଆଯିବ । ଏହା ସହିତ କର୍ମଚାରୀ ଏବଂ ତାଙ୍କ ପରିବାରକୁ ୬ ମାସର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଅନ୍ୟପଟେ ‘ମେଟା’କୁ ଅଧିକ ପୁଞ୍ଜି କୁଶଳ କରିବାକୁ ଉଦ୍ୟମ ଚାଲିଛି । ‘ମେଟା’ରେ ଏଆଇ ଡିସ୍କଭରୀ ଇଞ୍ଜିନ, ଡିଜିଟାଲ ବିଜ୍ଞାପନ ବୃଦ୍ଧି ଓ ମେଟାବର୍ସ ପ୍ରକଳ୍ପକୁ ବିକଶିତ କରିବାକୁ ଧ୍ୟାନ ଦିଆଯାଉଛି । ୨୦୦୪ରେ ଫେସବୁକ୍ ଆରମ୍ଭ ପରଠାରୁ ଏହା ସବୁଠାରୁ ବଡ଼ ଛଟେଇ ।  କମ୍ପାନୀକୁ ପୁଞ୍ଜି ଦକ୍ଷ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ‘ମେଟା’ରେ ମୋଟ୍ ୮୭ ହଜାର କର୍ମଚାରୀ ଚାକିରି କରୁଛନ୍ତି ।  

ପୂର୍ବ ସପ୍ତାହରେ ଟ୍ବିଟରରେ ମଧ୍ୟ ଛଟେଇ ହୋଇଥିଲା । କମ୍ପାନୀ ବିକ୍ରି ହେବା ପରେ ଏଲନ ମାସ୍କ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ହ୍ରାସ କରିଛନ୍ତି । ସେହିପରି ସ୍ନାପଚାଟ୍ ମଧ୍ୟ ନିଜର ଶ୍ରମଶକ୍ତି ୨୦ ପ୍ରତିଶତକୁ ହ୍ରାସ କରିବା ବୋଲି ଅଗଷ୍ଟ ମାସରୁ ଘୋଷଣା କରିଛି କମ୍ପାନୀ ।    

   Related Posts