ଫେସବୁକ୍ ଲଞ୍ଚ କଲା ପ୍ରଥମ ସ୍ମାର୍ଟ ଚଷମା : ଜାଣନ୍ତୁ ଏହାର ଫିଚର୍ସ ଓ ଦାମ

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦/୦୯ : ବଜାରକୁ ଆସିବାକୁ ଯାଉଛି ପ୍ରଥମ ସ୍ମାର୍ଟ ଟଷମା । ତେବେ ଫେସବୁକ୍ ରେ-ବ୍ୟାନର ସହ ମିଶି ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟ ଚଷମା । ରେ-ବ୍ୟାନ୍ ଷ୍ଟୋରୀଜ୍ ନାମକ ପ୍ରଥମ ସ୍ମାଟ୍ ଗ୍ଲାସ୍ ଲଞ୍ଚ କରିଛି । ଯେଉଁଥିରେ ରହିଛି ଅନେକ ଫିଚର୍ସ। ଏହି ସ୍ମାର୍ଟ ଚଷମା ଜରିଆରେ  କ୍ୟାମେରା ରେକଡିଂ ଠାରୁ ଆରମ୍ଭ କରି ଫଟୋ ଉଠାଇ ଫେସବୁକରେ ସେୟାର କରି ହେବ ।

ତେବେ ବ୍ୟବହାରକାରୀମାନେ ଏହି ଚଷମା ପିନ୍ଧି ଗୀତ ମଧ୍ୟ ଶୁଣି ପାରିବେ । ଏହା ସହିତ ଭିଡିଓ ରେକଡିଂ ବା ଫଟୋ ଉଠାଇ ତାକୁ ଫେସବୁକରେ ସେୟାର କରିପାରିବେ । ଏହି ଚଷମାରେ ୫-ମେଗାପିକ୍ସେଲର ଡୁଆଲ କ୍ୟାମେରା ଦିଆଯାଇଛି । ଏଥିରେ ୩୦ ସେକେଣ୍ଡ ଯାଏଁ ଭିଡିଓ ରେକର୍ଡିଂ କରିହେବ । ଏଥିପାଇଁ ଫିଚର୍ସ ବଟନ ବା କ୍ୟାପଚର ବଟନ ରହିଛି । ହ୍ୟାଣ୍ଡସ୍-ଫ୍ରି ଫେସବୁକ୍ ଆସିଷ୍ଟାଣ୍ଟ ଭଏଜ୍ କମାଣ୍ଡାଣ୍ଟର ବ୍ୟବହାର କରାଯାଇ ପାରିବ । ଏଥିରେ ଏଲଇଡି ଲାଇଟ୍ ମଧ୍ୟ ଦିଆଯାଇଛି । ଯେଉଁ ସମୟରେ ୟୁଜର୍ସ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବେ ସେତେବେଳେ ଏହି ଏଲଇଡି ମାଧ୍ୟମରେ ପାଖରେ ଉପସ୍ଥିତ ଲୋକ ଜାଣିପାରିବ କି ୟୁଜର୍ସ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରୁଛି । ଏହି ସ୍ମାର୍ଟ ଚଷମାରେ ସ୍ପିକର ଏବଂ ଥ୍ରିଡି ମାଇକ୍ରୋଫୋନ୍ ଦିଆଯାଇଛି । ଏଥିରେ କଲ ଆସିଲେ ୟୁଜର୍ସ କଲ ରିସିଭ୍ ମଧ୍ୟ କରି କଥାବାର୍ତ୍ତା ହୋଇପାରିବେ । ଏହା ସହ ହେଡ୍ ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବାକୁ ପଡିବ ନାହିଁ  ।

ଫେସବୁକ୍ ଏବଂ ଏସିଲୋରୁଜୋଟିକା ସହ ଭାଗିତାରେ ସୃଷ୍ଟି ହୋଇଥିବା ରେ-ବ୍ୟାନ୍ ଚଷମାଟି ୨୯୯ ଡଲାରରୁ ଆରମ୍ଭ ହୋଇଛି । ଭାରତୀୟ ମୁଦ୍ରାରେ କହିବାକୁ ଗଲେ ଏହା ୨୨ ହଜାର ରହିଚି । ତେବେ ଏହା ୨୦ଟି ଷ୍ଟାଇଲ୍ ମିଶ୍ରଣରେ ଅନଲାଇନ୍ ଭାବେ ଆମେରିକାର, ଅଷ୍ଟ୍ରେଲିଆ, କାନାଡା, ଆୟର୍ଲାଣ୍ଡ, ଇଟାଲୀ ଏବଂ ବ୍ରିଟେନରେ ଉପଲବ୍ଧ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.