ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

‘Facebook ଲୁଚିଛପି ସାରୁଛି ଆପଣଙ୍କ ଫୋନ୍‌ର ବ୍ୟାଟେରୀ ’,ଅଭିଯୋଗ ଆଣିଲେ ପୂର୍ବ କର୍ମଚାରୀ

3/02/2023 at 11:48 AM

ନୂଆଦିଲ୍ଳୀ୦୩।୦୨: ଫେସ୍‌ବୁକ୍‌ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଫେସ୍‌ବୁକ୍‌ ଆପଣଙ୍କ ଫୋନ୍‌ର ବ୍ୟାଟେରୀ ଲୁଚିକି ବ୍ୟବହାର କରେ। ଏଥିପାଇଁ ବ୍ୟାଟେରୀରର ଲାଇଫ୍‌ କମ୍‌ ହୋଇଯାଏ। ଏହା ଫାଇଦା କମ୍ପାନୀ ନିଜ ପାଇଁ କରିଥାଏ। କିନ୍ତୁ ଯଦି ଆପଣ ଜାଣିବେ ଯେ କିଛି ଆପ୍ ନିଜ ସ୍ୱାର୍ଥ ପାଇଁ ଏହା କରୁଛନ୍ତି ? ତାହାଲେ । ଏହା ଫେସ୍‌ବୁକ୍‌ର ପୂର୍ବ କର୍ମଚାରୀ ଦାବି କରିଛନ୍ତି।

କମ୍ପାନୀର ଜଣେ ପୂର୍ବ କର୍ମଚାରୀଙ୍କ ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଉଦ୍ଦେଶ୍ୟମୂଳକ ଭାବେ ସ୍ମାର୍ଟଫୋନର ବ୍ୟାଟେରୀକୁ ଶେଷ କରିଥାଏ। କମ୍ପାନୀ ଏହା ନେଗେଟିଭ୍‌ ଟେଷ୍ଟିଂ ପାଇଁ କରିଥାଏ । ରିପୋର୍ଟ ଅନୁଯାୟୀ, ଫେସବୁକ ନେଗେଟିଭ୍‌ ଟେଷ୍ଟ କରିଥାଏ, ଯେଉଁଥିପାଇଁ ବ୍ୟବହାରକାରୀଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୁଏ।

ନେଗେଟିଭ୍ ଟେଷ୍ଟ କ’ଣ?

ଡାଟା ବୈଜ୍ଞାନିକ ଜର୍ଜ ହେୱାର୍ଡ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ନେଗେଟିଭ୍‌ଟେଷ୍ଟ କରେ। ଯେଉଁଥିପାଇଁ ଜଣେ ୟୁଜର୍ସଙ୍କ ମୋବାଇଲ୍ ଫୋନର ବ୍ୟାଟେରୀ ଦ୍ରୁତ ଗତିରେ ଚାଲିଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମର ବିଭିନ୍ନ ଫିଚର୍ସ ଟେଷ୍ଟ କରିବାକୁ ଏହିପରି ପରୀକ୍ଷା କରାଯାଏ । ଏଥିରେ, ଯାଞ୍ଚ କରାଯାଇଛି ଯେ ଆପ୍ କେତେ ଶୀଘ୍ର ଚଲାଇପାରିବ କିମ୍ବା ସେମାନଙ୍କ ଆପରେ କ’ଣ ଅସୁବିଧା ଅଛି। ଏହି ଟେଷ୍ଟ ଗୁଡିକର ସବୁଠାରୁ ଖରାପ କଥା ହେଉଛି ୟୁଜର୍ସମାନେ ଏହି ବିଷୟରେ ଅବଗତ ତଥା ଜାଣନ୍ତି ନାହିଁ ।  

ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ପ୍ରକାର ଅଭ୍ୟାସ କ୍ଷତିକାରକ ଅଟେ। ସେ କହିଥିଲେ, ‘ମୁଁ ମ୍ୟାନେଜରଙ୍କ ସହ ଏ ବିଷୟରେ କଥା ହେଲି’। ସେ କହିଛନ୍ତି ଯେ କିଛି ଲୋକଙ୍କ କ୍ଷତି ସହିତ ଆମେ ଅନେକ ଲୋକଙ୍କ ପାଇଁ ଭଲ କରିପାରିବା। ୩୩ ବର୍ଷୀୟ ପୂର୍ବ କର୍ମଚାରୀ ଫେସବୁକ ବିରୋଧରେ ମୈନ୍‌ହେଟନ ଫେଡେରାଲ କୋର୍ଟରେ ମାମଲା ଦାୟର କରିଛନ୍ତି।

ଅନୁସନ୍ଧାନକାରୀ କହିଛନ୍ତି ଯେ ସେ ନେଗେଟିଭ୍‌ ପରୀକ୍ଷା କରିବାକୁ ମନା କରିଦେଇଥିଲେ। ତେଣୁ ତାଙ୍କୁ କମ୍ପାନୀରୁ ବାହାର କରାଯାଇଥିଲା। ସେ ଫେସବୁକ୍ ମେସେଞ୍ଜର ଆପ୍ ପାଇଁ କାମ କରୁଥିଲେ । ଜର୍ଜ କହିଛନ୍ତି ଯେ ନକାରାତ୍ମକ ପରୀକ୍ଷଣ ଦ୍ୱାରା କେତେ ଉପଭୋକ୍ତା ୟୁଜର୍ସ ପ୍ରଭାବିତ ହୋଇଛନ୍ତି ସେ ଜାଣି ନାହାଁନ୍ତି। ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

   Related Posts