LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏବେ ଫେସବୁକ୍‌-ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଭେରିଫାଏ କରିବା ପାଇଁ ଲାଗିବ ଚାର୍ଜ, ଭାରତରେ ଦେବାକୁ ପଡ଼ିବ ଏତିକି ଟଙ୍କା

29/03/2023 at 10:49 PM

ନୂଆଦିଲ୍ଲୀ, ୨୯/୦୩: ଟ୍ବିଟର ପରେ ଏବେ ସୋସିଆଲ ମିଡିଆ କମ୍ପାନୀ ମେଟା ମଧ୍ୟ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ବ୍ଲୁ ଟିକ୍‌ ପାଇଁ ଚାର୍ଜ ନେବାକୁ ନିଷ୍ପତ୍ତି ନେଇଛି। ନିକଟରେ ଆମେରିକାରେ ମେଟା ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବ୍ଲୁ ଟିକ୍‌ ସହ ଭେରିଫାଏ କରିବା ପାଇଁ ପ୍ରତି ମାସରେ ୧୪.୯୯ ଡଲାରର ଚାର୍ଜ ଶୁଳ୍କ ନିର୍ଦ୍ଧାରିତ କରିଥିଲା। ଏବେ ଏଭଳି ରିପୋର୍ଟ ଆସିଛି ଯେ ମେଟା ପ୍ଲାଟଫର୍ମ ଭେରିଫିକେସନ ପାଇଁ ମୋବାଇଲ ଡିଭାଇସରେ ୧୪୫୦ ଟଙ୍କା ପ୍ରତି ମାସ ଏବଂ ଓ୍ବେବ୍‌ ପାଇଁ ୧୦୦୯ ଟଙ୍କା ପ୍ରତି ମାସ ଦେବାକୁ ହେବ।

ଭେରିଫିକେସନ ପରେ ଆପଣଙ୍କ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ଆଇଡିରେ ବ୍ଲୁ ଟିକ୍ ଯୋଡ଼ି ହୋଇଯିବ। ତେବେ ବର୍ତ୍ତମାନ ସମୟରେ ଏହି ଭେରିଫିକେସନର ବିଟା ଟେଷ୍ଟିଂ ଜାରି ରହିଛି। ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ଭେରିଫାଏ କରିବା ପାଇଁ ଓ୍ବେଟିଂ ଲିଷ୍ଟରେ ଯୋଗଦେବାକୁ ପଡ଼ିବ।

ପ୍ରୋଫାଇଲରେ ବ୍ଲୁ ଟିକ୍ ମାର୍କ ବ୍ୟତୀତ ଅନେକ ଫିଚର୍ସ ମଧ୍ୟ ମିଳିବ। ଏଥିରେ ପ୍ରୋଆକ୍ଟିଭ୍‌ ପ୍ରୋଟେକ୍ସନ, ଡାଇରେକ୍ଟ କଷ୍ଟମର ସପୋର୍ଟ, ଅଧିକ ରିଚ ଭଳି ଫିଚର୍ସ ରହିଛି। ତେବେ ବର୍ତ୍ତମାନ ମେଟା ଭେରିଫାଏ ଫିଚର ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଉପଲବ୍ଧ ନାହିଁ। ତେବେ ଆବଶ୍ୟକୀୟ ସର୍ତ୍ତ ପୂରଣ କରୁଥିବା ୧୮ ବର୍ଷରୁ ଅଧିକ ବ୍ୟକ୍ତି ଆକାଉଣ୍ଟ ଭେରିଫାଏ କରିପାରିବେ। ଏହା ବ୍ୟତୀତ ବ୍ୟକ୍ତିଙ୍କୁ ସରକାରୀ ଆଇଡି ମଧ୍ୟ ଦେବାକୁ ହେବ।

   Related Posts