ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବନ୍ଦ ହୋଇଗଲା ଫେସବୁକ୍‌, ହ୍ବାଟସ୍‌ଆପ୍‌ ଏବଂ ଇନଷ୍ଟାଗ୍ରାମ ; ସାରା ବିଶ୍ବରେ ୩ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ଠପ୍‌ : କାରଣ ଅସ୍ପଷ୍ଟ

4/10/2021 at 9:37 PM

ନୂଆଦିଲ୍ଲୀ ୦୪/୧୦ : ସାରା ବିଶ୍ବରେ ଫେସବୁକ୍‌, ହ୍ବାଟସ୍‌ଆପ୍‌ ଏବଂ ଇନଷ୍ଟାଗ୍ରାମ ବନ୍ଦ । ହଠାତ୍‌ ବନ୍ଦ ହୋଇଗଲା ବିଶ୍ବର ଏହି ୩ ଲୋକପ୍ରିୟ ତଥା ମାଇକ୍ରୋ ବ୍ଲଗିଂ ସାଇଟ୍‌ । ଯାହାଫଳରେ ୟୁଜରମାନେ ଚିନ୍ତାରେ ପଡିଯାଇଛନ୍ତି । ତିନିଟି ଯାକ ସାଇଟ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତେବେ ପ୍ରକୃତରେ କାହିଁକି ଏଭଳି ହୋଇଛି ତାହା ଜଣାପଡିନଥିବା ବେଳେ ୟୁଜରମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । କୌଣସି ମେସେଜ୍‌ ପଠାଇ ହେଉନଥିବା ବେଳେ ସାଇଟ୍‌ ମଧ୍ୟ ଖୋଲୁନାହିଁ ।

 ଫେସବୁକ ମାଲିକାନାରେ ଥିବା ଫେସ୍‌ବୁକ୍, ଇନଷ୍ଟା ଓ ହ୍ୱାଟ୍ସଆପ୍‌ ଡାଉନ୍ ହୋଇଛି। ସାରା ଦେଶରେ ଏହି ଲୋକପ୍ରିୟ ସୋସିଆଲ୍ ମିଡିଆଗୁଡ଼ିକ ବନ୍ଦ ହୋଇଯିବା ପରେ ଲୋକମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି। ଫେସୁବୁକ୍‌ ବ୍ରାଉଜିଂ କଲା ବେଳକୁ ‘ସରି ସମ୍‌ଥିଙ୍ଗ ୱେଣ୍ଟ ରଙ୍ଗ’ ଲେଖାଯାଉଥିବା ବେଳେ ହ୍ୱାଟ୍ସଆପ୍‌ରେ ୱି ଆର୍ ହ୍ୟାବିଂ ଟ୍ରବଲ ଫାଇଣ୍ଡି ଦ୍ୟାଟ୍ ସାଇଟ୍‌ ବୋଲି ଲେଖୁଛି। ତା ସହିତ We can’t connect to the server at web.whatsapp.com. ମଧ୍ୟ ଲେଖାଯାଉଛି। ଇନ୍‌ଷ୍ଟାଗ୍ରାମ୍‌ର ବି ସେଇ ସମାନ ଅବସ୍ଥା। ହ୍ୱାଟ୍ସଆପ୍ ଭଳି ଇନ୍‌ଷ୍ଟାଗ୍ରାମ୍‌ରେ ବି ଲେଖାଯାଉଛି- Hmm. We’re having trouble finding that site. We can’t connect to the server at www.instagram.com.

ଆଜିର ସମୟରେ ଅନେକ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ କାମ ଏହି ମିଡିଆ ସହିତ ଜଡ଼ିତ ରହିିଛି। ଏବେ ଏସବୁ ବ୍ଲକ୍‌ ହେବା ପରେ ନା ମେସେଜ୍ ଯାଉଛି ନା କୌଣସି ପୋଷ୍ଟ ହେଉଛି। ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋସିଆଲ୍ ମିଡିଆ ୟୁଜର। ନେଇ ଆନେକ ଟ୍ୱିଟର ୟୁଜର ନାନା ପ୍ରକାର ଟ୍ୱିଟ୍ କରିଛନ୍ତି।  ରାତି ୯ ଟା ଠାରୁ ଏହି ତିନି ସୋସିଆଲ୍ ମିଡିଆ ବନ୍ଦ ରହିଛି ବୋଲି ଟ୍ୱିଟରାଟୀମାନେ ସୂଚନା ଦେଇଛନ୍ତି।

   Related Posts