oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଫେସ୍‌ବୁକ୍‌ରେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ କଲ୍ : ପରେ ରେକର୍ଡ କରି ବ୍ୟବସାୟୀଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌

20/02/2021 at 5:51 PM

ମୁମ୍ୱାଇ, ୨୦/୦୨: ଦକ୍ଷିଣ ମୁମ୍ୱାଇର ଜଣେ ବ୍ୟବସାୟୀଙ୍କୁ ଫେସ୍‌ବୁକ୍‌ରେ ଭିଡିଓ କଲ୍‌ କରି ଅଶ୍ଲୀଳ କାର୍ଯ୍ୟ ଦେଖାଇବା ଏବଂ ପରେ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ମୁମ୍ୱାଇ ପୋଲିସ୍ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଫେସ୍‌ବୁକ୍‌ ସାହାର୍ଯ୍ୟ ନେଇ ସେ ଉକ୍ତ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରୁଥିବା ପୋଲିସ୍‌ ପାଖରେ ଅଭିଯୋଗ ହୋଇଛି ।

ଘଟଣା ଅନୁସାରେ, ଏହି ବ୍ୟବସାୟୀ ଜଣକ ଜାନୁଆରୀ ମାସରେ ପ୍ରଥମେ ଫେସ୍‌ବୁକ୍‌ରେ ଏକ ଝିଅର ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପାଇଥିଲେ । ଯେଉଁଥିରେ ଝିଅଟିର ଫେସ୍‌ବୁକ୍‌ ପେଜ୍‌ରେ ମୋବାଇଲ୍‌ ନମ୍ୱର ରହିଥିବା ସେ ଦେଖିଥିଲେ । ଯେତେବେଳେ ସେ ରିକ୍ୱେଷ୍ଟକୁ ଗ୍ରହଣ କରିଥିଲେ ସେତେବେଳେ ଝିଅଟି ତାଙ୍କ ପାଖକୁ କିଛି ମେସେଜ୍‌ ପଠାଇଥିଲା । ଏଥିରେ ଝିଅଟି ତାଙ୍କୁ କହିଥିଲା ଯେ, ସେ ତାଙ୍କର ଫଟୋକୁ ଫେସ୍‌ବୁକ୍‌ରେ ଦେଖିଥିଲେ ଏବଂ ସେବେଠାରୁ ତାଙ୍କର ଫ୍ୟାନ୍‌ ହୋଇଯାଇଛନ୍ତି ।

ପରେ ବ୍ୟବସାୟୀଙ୍କୁ ଏହି ଝିଅଟି ଏକ ଭିଡିଓ କଲ୍‌ କରିଥିଲା । ଯେଉଁଥିରେ ଗୋଟିଏ ପଟେ ଜଣେ ଝିଅ ଉଲଗ୍ନ ହୋଇ ଅଶ୍ଲୀଳ କାର୍ଯ୍ୟ କରୁଥିବା ସେ ଦେଖିଥିଲେ । ହେଲେ ଝଅଟିର ମୁହଁ ଠିକ୍‌ରେ ଦେଖାଯାଉନଥିଲା ।

ଏହାର କିଛି ସମୟ ପରେ ବ୍ୟବସାୟୀଙ୍କ ପାଖକୁ ସେହି ନମ୍ୱରରୁ ଅନ୍ୟ ଏକ କଲ୍‌ ଆସିଥିଲା । ଝିଅଟି ତାଙ୍କୁ କଲ୍‌ଟିକୁ ଉପଭୋଗ କରିବା ସହିତ ଏଥିରେ ଲିପ୍ତ ରହିବା ପାଇଁ କହିଥିଲା । ଝିଅଟିର କଥାରେ ବ୍ୟବସାୟୀ ଜଣକ ତାଙ୍କୁ ଅନୁସରଣ କରିଥିଲେ ଏବଂ ଏହାର ସୁଯୋଗ ନେଇ ଝିଅଟି ଭିଡିଓ କଲ୍‌କୁ ରେକର୍ଡ କରିନେଇଥିଲା ।  

ତେବେ ଆଗ୍ରାରେ ରହୁଥିବା ଅନୁପ ସିଂ ନାମକ ଜଣେ ଯୁବକ ବ୍ୟବସାୟୀଙ୍କ ନିକଟକୁ ଏହି ଭିଡିଓକୁ ପଠାଇଥିଲେ ଏବଂ ୫୦ହଜାର ଟଙ୍କା ଡିମାଣ୍ଡ୍‌ କରିଥିଲେ । ହେଲେ ବ୍ୟବସାୟୀ ଜଣକ ପାଖରେ ଟଙ୍କା ନଥିବା କହି ୫ ହଜାର ଟଙ୍କା ପ୍ରଥମେ ଦେଇଥିଲେ ଏବଂ ବାକି ଟଙ୍କା ପର୍ଯ୍ୟାୟକ୍ରମେ ଦେବା ପାଇଁ ଅଫର୍‌ ଦେଇଥିଲେ । ଯେଉଁଥିରେ ଅଭିଯୁକ୍ତ ରାଜି ହୋଇଯାଇଥିଲା । ପରେ ବ୍ୟବସାୟୀ ଏନେଇ ପୋଲିସ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ପୋଲିସ୍‌ ଏକ ଟିମ୍‌ ଗଠନ କରିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।       

   Related Posts