ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଆଇଫୋନ୍ ୟୁଜରଙ୍କୁ ଝଟ୍‌କା ଦେଲା ଫେସବୁକ୍, ହଠାତ ଗାୟବ ହୋଇଗଲା ଏହି ଫିଚର

30/05/2022 at 3:02 PM

ନୂଆଦିଲ୍ଲୀ ୩୦।୫: ଆଇଓଏସ୍ ପ୍ଲାଟଫର୍ମ ପାଇଁ ଫେସବୁକର ଡାର୍କ ମୋଡ୍ ଇଣ୍ଟରଫେସ୍ ଅନେକ ୟୁଜରଙ୍କ ପାଇଁ ଗାୟବ ହୋଇଯାଇଥିବା ଜଣାପଡିଛି । 9ଟୁ5 ମ୍ୟାକ୍ ଅନୁସାରେ, iOS ପାଇଁ ଫେସବୁକରେ ଡାର୍କ ମୋଡ୍ ବିକଳ୍ପ କୌଣସି ସ୍ପଷ୍ଟୀକରଣ ବିନା ଗାୟବ ହୋଇଯାଇଛି । ଏହା ଏକ ତ୍ରୁଟି ବୋଲି ଆଶଙ୍କା କରାଯାଉଛି । ବରିଷ୍ଠ ଅଧିକାରୀ ଏହାକୁ ସ୍ବୀକାର କରିନଥିବା ବେଳେ ସମାଧାନ ପାଇଁ କୌଣସି ସମୟ ଦେଇନାହାନ୍ତି ।

ଡାର୍କ ମୋଡ୍ ସପୋର୍ଟ ହଠାତ ଗାୟବ ହେବା ନେଇ ଅଭିଯୋଗ କରିବା ପାଇଁ ଫେସବୁକ୍ ୟୁଜର ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର ଭଳି ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ସାହାରା ନେଇଛନ୍ତି । ଆଇଓଏସରେ ସିଷ୍ଟମ-ୱାଇଡ୍ ଡାର୍କ ମୋଡ୍ ଟୋଗଲ୍ ପାଇଁ ଫେସବୁକ୍‌ର ସମର୍ଥନ ରହିଛି । ଏହାସହ ଇନ୍-ଆପ୍ ଡାର୍କ ମୋଡ୍ ଟୋଗଲ୍ ମଧ୍ୟ ରହିଛି ଯାହା ଫେସବୁକ୍ ଆପ୍‌ର ସେଟିଙ୍ଗ ମେନୁରେ ଉପଲବ୍ଧ ଥାଏ ।

ରିପୋର୍ଟରେ କୁହାଯାଇଛି ଯେ, ଫେସବୁକ୍ ଆପ୍‌ରେ ଡାର୍କ ମୋଡ୍‌କୁ ମାନୁଆଲ୍ ଭାବେ ସକ୍ଷମ କରିବାକୁ କୌଣସି ବିକଳ୍ପ ମଧ୍ୟ ନାହିଁ । ଏହା ଏକ ବଡ ତ୍ରୁଟି ନୁହେଁ, କିନ୍ତୁ ଏହା ଝଟ୍‌କାଦାର ନିଶ୍ଚୟ । ଆଇଫୋନ୍ କିମ୍ବା ଆଇପ୍ୟାଡରେ ସିଷ୍ଟମ୍-ୱାଇଡ୍ ଡାର୍କ ମୋଡ୍ ସକ୍ଷମ ହୋଇଥାଏ । ୨୦୧୯ରେ iOS ୧୩ ରିଲିଜ ବେଳେ ତାର ଏକ ଅଂଶ ଭାବେ ସିଷ୍ଟମ୍-ୱାଇଡ୍ ଡାର୍କ ମୋଡ୍ ସପୋର୍ଟ ଆସିଥିଲା ।

ଆପଲ୍ ସର୍ବପ୍ରଥମେ ୨୦୧୯ରେ ଆଇଫୋନ୍ ୧୩ ରୋଲ ଆଉଟ୍ ସହ ଆଇଫୋନ୍ ଏବଂ ଆଇପ୍ୟାଡରେ ଡାର୍କ ମୋଡ୍ ଲଞ୍ଚ୍ କରିଥିଲା । ବର୍ଷେ ପରେ ୨୦୨୦ରେ ମେଟା ଫେସବୁକର ୱେବ୍ ଆଧାରିତ ପ୍ଲାଟଫର୍ମ ଏବଂ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆଧାରିତ ଆପ୍‌ରେ ଏହି ସୁବିଧା ପାଇଁ ସପୋର୍ଟ ଆରମ୍ଭ କରିଥିଲା ।

   Related Posts