ଫେସ୍‌ବୁକ୍‌କୁ ୧୦୦ ବିଲିୟନ୍‌ ଡଲାର କ୍ଲବ୍‌ରେ ପହଞ୍ଚାଇଥିବା ମହିଳା ସିଓଓଙ୍କ ଇସ୍ତଫା, ଜାଣନ୍ତୁ କିଏ ନେବେ ମେଟାର ଦାୟିତ୍ୱ

Published By : Prameya-News7 Bureau | June 02, 2022 IST

ନୂଆଦିଲ୍ଲୀ, ୦୨/୦୬: ସୋସିଆଲ୍‌ ନେଟ୍‌ୱାର୍କିଂ ପ୍ଲାଟଫର୍ମ ଫେସ୍‌ବୁକ୍‌ର ମାଲିକାନା ରଖୁଥିବା ମେଟା କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ବା ସିଓଓ ସୋରିଲ୍‌ ସେଣ୍ଡ୍‌ବର୍ଗ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୋରିଲ୍‌ଙ୍କ ସ୍ଥାନରେ ଜୋବିୟର୍‌ ଓଲେବିନ୍‌ ମେଟା କମ୍ପାନୀର ପରିଚାଳନା ଭାର ସମ୍ଭାଳିବା ନେଇ କମ୍ପାନୀ ନିଶ୍ଚିତ କରିଛି ।

ଫୋସ୍‌ବୁକ୍‌କୁ ଏକ ଷ୍ଟାର୍ଟଅପ୍‌ରୁ ଡିଜିଟାଲ୍‌ କ୍ଷେତ୍ରରେ ଆଦୃତ କରିଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୋରଲ୍ ୧୪ ବର୍ଷ ଏହି ପଦବୀରେ ରହିଛନ୍ତି । ଏଥିରୁ ହଟିବା ପାଇଁ ସେ ବୁଧବାର ଘୋଷଣା କରିଛନ୍ତି । ସେ ତାଙ୍କର ଫେସ୍‌ବୁକ୍‌ ପେଜ୍‌ରେ କହିଛନ୍ତି ଯେ ଏବେ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମୟ ଆସିଯାଇଛି ।

ସୋରଲ୍‌ ଫେସ୍‌ବୁକ୍‌ କମ୍ପାନୀ ସାର୍ବଜନୀନ ହେବାର ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୦୮ରେ କମ୍ପାନୀ ସହ ଯୋଡ଼ି ହୋଇଥିଲେ । ଏହି ଲମ୍ୱା କାର୍ଯ୍ୟକାଳରେ ସେ ଫେସ୍‌ବୁକ୍‌ର ଡିଜିଟାଲ୍‌ ବିଜ୍ଞାପନ ବ୍ୟବସାୟକୁ ସମ୍ଭାଳିଥିଲେ । ଫେସ୍‌ବୁକ୍‌କୁ ୧୦୦ ଅରବ ଡଲାର୍‌ ବ୍ୟବସାୟ କ୍ଲବ୍‌ରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ଫେସ୍‌ବୁକ୍‌ର ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ପରେ କମ୍ପାନୀରେ ସୋରଲ୍‌ଙ୍କୁ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଭାବେ ଗଣାଯାଉଥିଲା ।

ତେବେ ଏହାକୁ ନେଇ ଜୁକରବର୍ଗ ମଧ୍ୟ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଛନ୍ତି । ଜୋବିୟର ଓଲିବନ୍‌ ମେଟାର ନୂଆ ସିଓଓ ହେବା ନେଇ ସେ ଜଣାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଫେସ୍‌ବୁକ୍‌, ଇଷ୍ଟାଗ୍ରାମ, ହ୍ୱାଟ୍ସ ଆପ୍‌ ଏବଂ ମେସେଞ୍ଜର ଆପ୍‌ର କାର୍ଯ୍ୟ ତଦାରଖ କରୁଥିଲେ । ସେ ଷ୍ଟାନ୍‌ଫୋର୍ଡ ୟୁନିଭରସିଟିରୁ ଏମ୍‌ବିଏ କରିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.