ଫେସବୁକ କର୍ମଚାରୀ କରୋନାରେ ଆକ୍ରାନ୍ତ, ସିଟେଲ୍ ଅଫିସ ବନ୍ଦ କଲା କମ୍ପାନୀ

Published By : Prameya-News7 Bureau | March 05, 2020 IST

ଓ୍ୱାଶିଂଟନ ୦୫|୦୩:  କରୋନା ଭାଇରସକୁ ନଜରରେ ରଖି ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ନିଜର ସିଟେଲ୍ ଅଫିସକୁ ମାର୍ଚ୍ଚ ୯ ତାରିଖ ଯାଏଁ ବନ୍ଦ କରିଛି। କମ୍ପାନୀର ଜଣେ କଣ୍ଟ୍ରାକ୍ଟର ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହେବା ପରେ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ କମ୍ପାନୀ ପରାମର୍ଶ ଦେଇଛି।

{"id":233559,"width":748,"height":489,"sizeSlug":"large"}

ଏହା ହେଉଛି ଆମେରିକାର ଦ୍ୱିତୀୟ ବଡ ମାମଲା ଯେତେବେଳେ କୌଣସି ବଡ କମ୍ପାନୀର କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଆମାଜନର ଜଣେ କର୍ମଚାରୀ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି।

ଫେସବୁକ ଷ୍ଟାଡିୟମ ଇଷ୍ଟ୍ ଅଫିସର ଜଣେ ମୁଖପାତ୍ର ଓ ଜଣେ କଣ୍ଟ୍ରାକ୍ଟରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଏହାକୁ ନଜରରେ ରଖି କମ୍ପାନୀର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ହୋଇଥିବା କଣ୍ଟ୍ରାକ୍ଟରଜଣଙ୍କ ଶେଷଥର ପାଇଁ ଫେବ୍ରୁଆରୀ ୨୧ରେ ଅଫିସ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.