oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ମ୍ୟାଁମାର ସେନା ଶାସକଙ୍କ ବିରୋଧରେ ବିକ୍ଷୋଭ ଜାରି, ଫେସବୁକ୍ ବ୍ୟାନ୍ ପରେ ଟ୍ୱିଟରରେ ଜମିଲେ ଲୋକେ

5/02/2021 at 8:32 PM

ସିଙ୍ଗାପୁର ୫।୨: ମ୍ୟାଁମାରରେ ସେନାର  ବିଦ୍ରୋହକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାରେ ଲାଗିଛି।  ଅଙ୍ଗ ସାନ ସୁ କିଙ୍କ ପରେ ସେନା ତାଙ୍କର ନିକଟତମ ସହଯୋଗୀ ତଥା ବୟୋବୃଦ୍ଧ ନେତା ୟୁ ୱିନ୍‌ ହିତିନଙ୍କୁ ମଧ୍ୟ ଗିରଫ କରିଛି। ସେନାର ଶାସନ ଦଖଲକୁ ନେଇ ସାରା ଦେଶରେ ଶୁକ୍ରବାର ମଧ୍ୟ ଜନତାଙ୍କ ପ୍ରଦର୍ଶନ ଜାରି ରହିଛି।

ସେନା ବିରୋଧରେ ଦେଶବାସୀ ଗାନ୍ଧିଙ୍କ ନୀତି ଅବଲମ୍ବନ କରିବା ଆରମ୍ଭ କରିଥିବା ବେଳେ ସାରା ଦେଶରେ ‘ସବିନୟ ଅବଜ୍ଞା’ ଆନ୍ଦୋଳନ ଚଳାଇଛନ୍ତି। ଏହିକ୍ରମରେ ଶୁକ୍ରବାର ଦେଶରେ ଶିକ୍ଷକ ଓ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୁ କିଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇଛନ୍ତି। ଶିକ୍ଷକମାନେ ଅବଜ୍ଞା ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ବନ୍ଦ କରିଛନ୍ତି। ଦେଶରେ ସୈନ୍ୟ ଶାସନ ବିଫଳ ହେଉ ବୋଲି ରେଙ୍ଗୁନ ବିଶ୍ୱବିଦ୍ୟାଳୟର ପ୍ରଫେସର ଥାଜିନ ଲେଇଙ୍ଗ ଆଶାବ୍ୟକ୍ତ କରିଛନ୍ତି।

କେବଳ ଶିକ୍ଷକ ନୁହନ୍ତି ସରକାରୀ ପଦପଦବୀରେ ଅଧିଷ୍ଠିତ ଅଧିକାରୀ ଓ ଡାକ୍ତରମାନେ ମଧ୍ୟ ସୁ କିଙ୍କ ସମର୍ଥନରେ ଆସିଥିବା ବେଳେ ନିଜକୁ ଅବଜ୍ଞା ଆନ୍ଦୋଳନରେ ସାମିଲ କରିଛନ୍ତି। ସେପଟେ ସୈନ୍ୟ ସରକାର ମଧ୍ୟ ଲୋକଙ୍କ ଉପରେ ଦମନମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏଥିରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକଙ୍କୁ ଗିରଫ କରାଯାଉଥିବା ଜଣାପଡିଛି।

ଦେଶରେ ଆନ୍ଦୋଳନ ଦେଖାଦେବା ଆଶଙ୍କାରେ ସୈନ୍ୟ ବିଭାଗ ପୂର୍ବରୁ ଫେସବୁକ୍‌କୁ ବ୍ୟାନ୍‌ କରିଥିଲେ। ଏଣୁ ଲୋକେ ଏବେ ନିଜକୁ ଟ୍ୱିଟରକୁ ସିଫ୍ଟ କରିଦେଇଛନ୍ତି। ମ୍ୟାଁମାରରେ ଫେସବୁକ୍‌ ଅତ୍ୟନ୍ତ ଲୋକପ୍ରିୟ। ଅଙ୍ଗସାନ ସୁ କି ଏହି ପ୍ଲାଟ ଫର୍ମରେ ଲୋକଙ୍କ ଲାଗି ଯୋଜନା ଘୋଷଣା କରନ୍ତି। ତେବେ ଗତ ବୁଧବାର ରାତିରୁ ଦେଶରେ ଫେସବୁକ୍‌ ଖୋଲିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି। ଗତ ୨୦୨୦ ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଦେଶରେ ସେନା ବିଦ୍ରୋହ କରିଛି। ତେବେ ଏଥିରୁ ନିବୃତ୍ତ ହେବାକୁ ଆମେରିକା ନୂଆ ରାଷ୍ଟ୍ରପତି ସେନାକୁ ସତର୍କ କରାଇଛନ୍ତି।

   Related Posts