ସୁରଙ୍କୁ ପିସିସି ସଭାପତିଙ୍କ ନୋଟିସ୍, ଏମିତି ରୋକ୍ ଠୋକ୍ ଜବାବ ଦେଲେ ଜଟଣୀ ବିଧାୟକ

Published By : Prameya-News7 Bureau | April 26, 2022 IST

ଭୁବନେଶ୍ଵର : ମୁହାମୁହିଁ ପିସିସି ସଭାପତି ନିରଞ୍ଜନୟ ପଟ୍ଟନାୟକ ଏବଂ  ବରିଷ୍ଠ ନେତା ସୁର ରାଉତରାୟ। ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ୍ ଜାରି କଲେ ନିରଞ୍ଜନ ପଟ୍ଟନାୟକ। ପିସିସି ସଭାପତି ଚୟନ ପ୍ରସଙ୍ଗରେ ସୁରଙ୍କ ମନ୍ତବ୍ୟକୁ ନେଇ ଏହି ନୋଟିସ୍ ଜାରି କରାଯାଇଛି। କେଉଁ ପରିସ୍ଥିତିରେ ଏମିତି ମନ୍ତବ୍ୟ ଦେଲ ଶୀଘ୍ର ଉତ୍ତର ଦେବାକୁ  ନୋଟିସ୍‌ରେ କୁହାଯାଇଛି। ଆପଣଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ କ୍ଷତିକାରକ ଏବଂ ଏଥିରେ ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି। ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାକୁ ଏପରି ବୟାନ ଦେବା ଶୋଭା ପାଉନି ବୋଲି ପିସିସି ସଭାପତି କହିଛନ୍ତି।

ପିସିସି ସଭାପତିଙ୍କ ନୋଟିସକୁ ନେଇ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ସେମିତି କିଛି ବଡ ଭୁଲ କରିନି। ନୋଟିସର ଉତ୍ତର ଦେବି। ପିସିସି ସଭାପତି ଯାହା କହିଥିଲେ ତାହା ହିଁ ମୁଁ କହିଛି। ଏହା ପୂର୍ବରୁ ଜୟଦେବ ଜେନା ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ। ପିସିସି ସଭାପତିଙ୍କ ନୋଟିସ୍ ଆକ୍ରୋଶ। ମୁଁ ତାଙ୍କୁ କେବେ ବି କ୍ଷମା କରିବିନି। ନିରଞ୍ଜନ ଏବଂ ଜୟଦେବ ପ୍ରଥମେ କ୍ଷମା ମାଗନ୍ତୁ, ତା ପରେ ମୁଁ ମାଗିବି ବୋଲି ସୁର କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଥିଲେ ସୁର। ପିସିସି ସଭାପତି ଓ ପ୍ରଭାରୀ ଚୟନକୁ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବଡ଼ ବୟାନ ଦେଇ କହିଥିଲେ ଯେ, ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ନିଅନ୍ତି ନବୀନ  ପଟ୍ଟନାୟକ। ଏ ସବୁ କିଛି ପରିବର୍ତ୍ତନ ନବୀନଙ୍କ ଇଚ୍ଛାରେ ହୁଏ ବୋଲି ସୁର କହିଥିଲେ। ଆଉ ଏହାର ଜବାବ ମଧ୍ୟ ବିଜେଡି ରଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.