ଭାରତ-ଚୀନ୍ ସେନା ମୁହାଁମୁହିଁ : ଏଲଏସି ଆଡକୁ ମାଡ଼ି ଆସୁଥିବା ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ

Published By : Prameya-News7 Bureau | October 08, 2021 IST

ନୂଆଦିଲ୍ଲୀ ୦୮/୧୦: ପୁଣି ଥରେ ଭାରତ-ଚୀନ ସେନା ମୁହାଁମୁହିଁ । ଅରୁଣାଚଳ ପ୍ରଦେଶ ଏଲଏସିରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଛି । ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ସେନାଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥିଲା ।

ଏଲଏସିକୁ ମାଡ଼ି ଆସିଥିବା ୨୦୦ ଚୀନ ସେନାଙ୍କୁ ରୋକିଥିଲେ ଭାରତୀୟ ସେନା । ତେବେ ଏଥିରେ କେହି ବି ମୃତାହତ କିମ୍ବା କୌଣସି ଜୀବନ ହାନି ହୋଇନାହିଁ । ସ୍ଥାନୀୟ କମାଣ୍ଡରସ୍ତରୀୟ ଆଲୋଚନା ସମସ୍ୟାର ସମାଧାନ ହୋଇଛି । ଭାରତ ଓ ଚୀନରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି। କମାଣ୍ଡର ସ୍ତରୀୟ ଆଲୋଚନା ପରେ ମଧ୍ୟ ମାମଲାର ସମାଧାନ ହୋଇପାରି ନାହିଁ।

ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍ ବେଗ ପ୍ରକାଶ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.