ବାପା-ପୁଅ ମିଶି ପୁତୁରାକୁ ମାରିଦେଲେ, ଗିରଫ କରି ସିନ୍ ରିକ୍ରିଏସନ କଲା ପୋଲିସ

NEWS7
eyeing-look-out-notice-ed-insists-on-issuing-look-out-circular-against-byju-raveendran

ଦିଗପହଣ୍ଡି ୧୪।୧: କକା ପରିବାରର ସଂଘବଦ୍ଧ ଆକ୍ରମଣରେ ପୁତୁରାର ମୃତ୍ୟୁ ଘଟଣାରେ ସିନ୍ ରିକ୍ରିଏସନ୍ କଲା ପୋଲିସ । ଅଭିଯୁକ୍ତ ବାପା ଓ ପୁଅଙ୍କୁ ଗିରଫ ପରେ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବା ସହ ଅଭିଯୁକ୍ତ ବାପା-ପୁଅଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜମିବାଡ଼ି ବିବାଦକୁ କେନ୍ଦ୍ରକରି କୋନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୁମୁଡ଼ ଗାଁରେ ଗତ ୧୦ ତାରିଖ ରାତିରେ ଯୁବକ ମଳୟ କୁମାର ମୋଦିଙ୍କୁ ହତ୍ୟା କରିଥିଲେ ନିଜ କକା ପୀତାମ୍ବର ମୋଦିଙ୍କ ପରିବାର ଲୋକ । ସେହି ରାତିରେ ପ୍ରଥମେ ପୀତାମ୍ବରଙ୍କ ପରିବାର ସହ ମଳୟଙ୍କ ପରିବାରର ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ପରେ ପୀତାମ୍ବରଙ୍କ ପୁଅ ଆଦିତ୍ୟନାଥ ମୋଦି ଏକ ଠେଙ୍ଗାରେ ମଳୟ ମୁଣ୍ଡକୁ ଆଘାତ ଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେହି ରାତିରେ ମଳୟର ମୃତ୍ୟୁ ଘଟିଥିଲା ।