ଶବରୁ ଆଖି ଗାଏବ ହେବା ଘଟଣା: ଆମ ଅଜାଣତରେ ଆଖି ନେଇଗଲ, ଏବେ ଆମକୁ ଆଖି ଫେରାଅ – ଦାବି କଲେ ନିରୀହ ଆଦିବାସୀ ପରିବାର

Published By : Prameya-News7 Bureau | November 17, 2019 IST

ଭଦ୍ରକ ୧୭।୧୧ - ନିରୀହ  ଆଦିବାସୀ ବ୍ୟକ୍ତି ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ । ଘର ଲୋକ ପ୍ରଥମେ ନିକଟସ୍ଥ ମେଡିକାଲ ଏବଂ ପରେ କଟକ ଏସ୍‌ସିବି ନେଲେ । ହେଲେ ଏସ୍‌ସିବି ରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ପରିବାର ଲୋକେ ନିଜ ଗାଁକୁ ଅନ୍ତିମ ସଂସ୍କାର ପାଇଁ ନେଇଆସିଲେ । ଆଉ ସେଠାରେ ଜଣାପଡ଼ିଲା ଯେ ମୃତ ବ୍ୟକ୍ତିଙ୍କର ଆଖି ଗାଏବ । ଏପରି ଘଟଣା ଘଟିଛି ଭଦ୍ରକ ସହର ବାଗୁରାଇ ଆଦିବାସୀ କଲୋନୀରେ ରହୁଥିବା ବୀର ଗାଗରାଇ ଓରଫ୍ ନଣ୍ଡା ଗାଗରାଇଙ୍କ କ୍ଷେତ୍ରରେ । ମୃତକଙ୍କ ପରିବାର ଲୋକେ ନିରକ୍ଷର ହୋଇଥିବା ବେଳେ ତାଙ୍କୁ କେହି ଫୁସୁଲାଇ ଚକ୍ଷୁଦାନ ପାଇଁ ଦସ୍ତଖତ ନେଇଯାଇଥିବା ଅଭିଯୋଗ ହୋଇଛି ।…

{"id":185719,"sizeSlug":"large"}

 ଆମ ଅଜାଣତରେ ଆଖି ନେଇଗଲ, ଏବେ ଆମକୁ ଆଖି ଫେରାଅ । ଏମିତି ଦାବି ରଖୁଛନ୍ତି କଟକ ଏସ୍‌ସିବିରେ ପ୍ରାଣ ହରାଇଥିବା ଭଦ୍ରକ ବାଗୁରାଇ ଆଦିବାସୀ କଲୋନୀ ବାସିନ୍ଦା ବୀର ଗାଗରାଇଙ୍କ ପରିବାର ଲୋକେ । ବୀର ଗାଗରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

{"id":185720,"sizeSlug":"large"}

ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲ ଏବଂ ପରେ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା ।ତେବେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପରିବାର ଲୋକଙ୍କୁ ଫୁସୁଲାଇ କେହି ଚକ୍ଷୁଦାନ ପାଇଁ ଉର୍ଦ୍ଦିଷ୍ଟ ଡକ୍ୟୁମେଣ୍ଟରେ ସେମାନଙ୍କ ଟିପ ଚିହ୍ନ ନେଇଯାଇଥିବା ଅଭିଯୋଗ ହୋଇଛି ।କଟକ ଏସ୍‌ସିବିରେ ତାଙ୍କର ମୃତ୍ୟୁ ଘଟିବା ପରେ ବୀର ଗାଗରାଇଙ୍କ ଅନ୍ତିମ ସଂସ୍କାର ପାଇଁ ଯେତେବେଳେ ମୃତଦେହ ପରିବାର ଲୋକେ ନେଲେ ସେତେବେଳେ ଜାଣିଲେ ଯେ ତାଙ୍କର ଆଖି ନାହିଁ ।…

{"id":185721,"sizeSlug":"large"}

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ବୀର ଗାଗରାଇଙ୍କର ଗତ ୧୧ ତାରିଖରେ କଟକ ଏସ୍ସିବିରେ ମୃତ୍ୟୁ ଘଟିଥିଲା ।ସେଠାରେ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା। ତେବେ ବୀର ଗାଗରାଇଙ୍କ ସ୍ତ୍ରୀ ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ । ପରେ ଶବ ବ୍ୟବଚ୍ଛେଦ କରାଇ ମୃତଦେହ ଘରକୁ ଆସିଥିଲେ। ଅନ୍ତିମସତ୍କାର ବେଳେ ଶବ ଖୋଲିବା ବେଳେ ଆଖି ନଥିବା ଦେଖିଥିଲେ। ତେବେ ଏସ୍‌ସିବିରୁ ମିଳିଥିବା କାଗଜପତ୍ରରୁ ସେମାନେ ନିଜ ଇଚ୍ଛାରେ ଚକ୍ଷୁଦାନ କରାଇଥିବା ଜଣାପଡ଼ିଛି ।ଏବେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।ଭଦ୍ରକ ଏସ୍‌ପିଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇଜି । ଏହି ଘଟଣାରେ ଏଲ୍. ଭି. ପ୍ରସାଦ ଆଇ ଇନ୍‌ଷ୍ଟିଟ୍ୟୁଟ୍‌ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।…

{"id":185723,"sizeSlug":"large"}

ଜଣେ ଅଶିକ୍ଷିତ ଆଦିବାସୀ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ କଟକ  ଏସ୍‌ସିବି ଭଳି ରାଜ୍ୟର ପ୍ରତିଷ୍ଠିତ ମେଡିକାଲକୁ ନେଇଥିବା ବେଳେ ସେଠାରେ ରୋଗୀଙ୍କ ଆଖି କାଢ଼ିନିଆଯିବା  ଏକ ସ୍ପର୍ଶକାତର ପ୍ରସଙ୍ଗ ଏହି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି  ଅଞ୍ଚଳବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.