୨୮.୫ ବିଲିୟନ ଡଲାରରେ ବିକ୍ରି ହେଲା ୧୮ କ୍ୟାରେଟର ବିରଳ ଗୋଲାପୀ ହୀରା

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ବିରଳ ୧୮ କ୍ୟାରେଟ ବିରଳ ହୀରା ଜେନେଭାରେ ଏକ ନିଲାମୀରେ ବିକ୍ରି ହୋଇଛି । ଏହି ବିରଳ ହୀରାକୁ ଫରଚ୍ୟୁନ୍ ହୀରା ବୋଲି ମଧ୍ୟ କୁହାଯାଏ । ଏହି ମୁକ୍ତା ଆକୃତିର ଫେନ୍ସି ଭିଭିଙ୍କ ଗୋଲାପୀ ରତ୍ନଙ୍କୁ ଏସିଆର ଜଣେ ବ୍ୟକ୍ତି କିଣିଛନ୍ତି । ନିଲାମୀରେ ହୀରାର ମୂଲ୍ୟ ୧୭ ମିଲିୟନ ସ୍ୱିସ୍ ଫ୍ରାଙ୍କ୍ ଥିଲା । କିନ୍ତୁ ପରେ ଏହି ରତ୍ନର ମୂଲ୍ୟ ୨୮,୫୭୦,୧୫୦ ମିଲିୟନ ଡଲାରରେ ପହଞ୍ଚିଥିଲା ।

ଜେନେଭାରେ ଏହି ହୀରାକୁ ନିଲାମ କରାଯିବା ପୂର୍ବରୁ ଏହାକୁ ବିଶ୍ୱର ବିଭିନ୍ନ ସହରରେ ପ୍ରଦର୍ଶନୀ ପାଇଁ ରଖାଯାଇଥିଲା । ନ୍ୟୁୟର୍କ, ସଂଘାଇ, ତାଇୱାନ ଏବଂ ସିଙ୍ଗାପୁରରେ ଏହି ହୀରାକୁ ପ୍ରଦର୍ଶନ କରାଯାଇଥିଲା । ତେବେ ଏହି ଫରଚ୍ୟୁନ ଫିଙ୍କ୍ ହୀର ୨୫ ମିଲିୟନ ଡଲାରରୁ ୩୫ ମିଲିୟନ ଡଲାର ମଧ୍ୟରେ ବିକ୍ରି ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ତେବେ ସିଟିଏଫ ପିଙ୍କ୍ ଷ୍ଟାର ଗୋପାଲୀ ହୀରା ନାଁରେ ସବୁଠାରୁ ଅଧିକ ୭୧.୨ ମିଲିୟନ ଡଲାରରେ ବିକ୍ରି ହେବାର ରେକର୍ଡ ରହିଛି ।

ଗୋଲାପୀ ହୀରା ଗୁଡିକୁ ଅତ୍ୟନ୍ତ ବିରଳ ଏବଂ ମୂଲ୍ୟବାନ ରତ୍ନ ମଧ୍ୟରେ ଗଣାଯାଏ । ଏହି ହୀରା ଗୁଡିକ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିଥାଏ । ଷୋଡଷ ଶତାବ୍ଦୀରେ ଭାରତର ଗୋଲକୋଣ୍ଡା ଖଣିରୁ ପ୍ରଥମ ଗୋଲାପୀ ହୀରା ମିଳିଥିବା ଦାବି କରାଯାଉଛି । ପରେ ଆଫ୍ରିକା, ଅଷ୍ଟ୍ରେଲିଆ, ବ୍ରାଜିଲ ଏବଂ ରୁଷରେ ଏହା ମିଳିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.