ନୂଆଦିଲ୍ଲୀ: ବିହାର ସ୍ବାଧୀନ ସାଂସଦଙ୍କ ବିରୋଧରେ ମାମଲା । ନିର୍ବାଚନରେ ବିଜୟୀ ହେବାର ୬ଦିନ ପରେ ସାଂସଦ ପପ୍ପୁ ଯାଦବଙ୍କ ନାଁ ମାମଲା ରୁଜୁ କରିଛି ପୋଲିସ । ପୁର୍ଣିଆର ଜଣେ ଆସବାବପତ୍ର ବ୍ୟବସାୟୀ, ସାଂସଦ ପପ୍ପୁଙ୍କ ଉପରେ ଏକ କୋଟି ଟଙ୍କାର ମାଗୁଥିବାର ଅଭିଯୋଗ ଲଗାଇଛନ୍ତି ।
ପୁର୍ଣିଆ ପୋଲିସ ମୁତାବକ, ପୀଡିତ ଫର୍ଣ୍ଣିଚର ବ୍ୟବସାୟୀ କହିଛନ୍ତି, ନିର୍ବାଚନ ଫଳାଫଳ ବାହାରିବା ଦିନ ପପ୍ପୁ ଯାଦବ ତାଙ୍କୁ ଘରକୁ ଡାକିଥିଲେ ଏବଂ ଏକ କୋଟି ଟଙ୍କା ଦାବି କରିଥିଲେ । ପୀଡିତ ବ୍ୟବସାୟୀ ଆହୁରି ମଧ୍ୟ କହିଛନ୍ତି, ପପ୍ପୁ ଯାଦବ ଟଙ୍କା ମାଗିବା ସହିତ ଧମକ ମଧ୍ୟ ଦେଇଥିଲେ । ଟଙ୍କା ଠିକ୍ ସମୟରେ ନମିଳିଲେ ଜୀବନରୁ ମାରି ଦିଆଯିବ ବୋଲି କହିଥିଲେ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ପୁର୍ଣିଆର ସାଂସଦ, ତେଣୁ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଧମକ ମଧ୍ୟ ଦେଇଥିଲା ।
देश प्रदेश की राजनीति में मेरे बढ़ते प्रभाव और आम लोगों के बढ़ते स्नेह से परेशान लोगों ने आज
— Pappu Yadav (@pappuyadavjapl) June 10, 2024
पूर्णिया में घृणित षड्यंत्र रचा है। एक अधिकारी और विरोधियों के इस साज़िश को पूर्ण रूप से बेनक़ाब करेंगे।
सुप्रीम कोर्ट के अधीन इसकी निष्पक्ष जांच करवाई जाय, जो दोषी हो उसे फांसी दे दें।
ଫର୍ଣ୍ଣିଚର ବ୍ୟବସାୟୀଙ୍କ ଅଭିଯୋଗ ପରେ ସ୍ବାଧୀନ ସାଂସଦ ପପ୍ପୁ ଯାଦବ ଏବଂ ତାଙ୍କ ସହଯୋଗୀ ଅମିତ୍ ଯାଦବଙ୍କ ବିରୋଧରେ ମୁଫସିଲ୍ ପୋଲିସ ମାମଲା ରୁଜୁ କରିଛି । ଏହା ସହିତ ହତ୍ୟା ଧମକ ଅଭିଯୋଗର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲା ରୁଜୁ ପରେ ପପ୍ପୁ ଯାଦବ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର କରିଛନ୍ତି । ଜଣେ ଅଧିକାରୀ ଓ ବିରୋଧୀ ଏହି ଷଡ଼ଯନ୍ତ୍ର କରିଛନ୍ତି । ଏହାକୁ ସେ ଭୁଲ୍ ପ୍ରମାଣିତ କରିବେ । ସୁପ୍ରିମକୋର୍ଟ ଦ୍ବାରା ଯାଞ୍ଚ କରାଯାଉ ଏବଂ ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ ବୋଲି ପପ୍ପୁ ଯାଦବ କହିଛନ୍ତି ।